ସକାଳୁ ପିଅନ୍ତୁ ଏହି ଡ୍ରିଙ୍କ୍‌ସ, ଚମକିବ ଆପଣଙ୍କର ତ୍ଵଚା

ଭୁବନେଶ୍ଵର, ୨୨/୦୯ : ରାତିସାରା ପେଟ ଖାଲି ଥିବା କାରଣରୁ ସକାଳୁ ଆମେ କଣ ଖାଉଛେ ତାହା ଖୁବ୍ ଗୁରୁତ୍ଵପୂର୍ଣ୍ଣ। କାରଣ ସକାଳୁ ଉଠିବା ସମୟରେ ପେଟରେ ପିଏଚ୍ ଏସିଡିକ୍ ଥାଏ। ମେଟାବଲିଜିମ୍ ମଧ୍ୟ ଧୀର ଥାଏ। ତେଣୁ ସକାଳୁ ଆମେ ଯେଉଁ ଖାଦ୍ୟ ଖାଉ ତାହାର ନ୍ୟୁଟ୍ରିଆଣ୍ଟ ଖୁବ୍ ଶୀଘ୍ର ଅବଜର୍ଭ ହୁଏ। ଏଥିପାଇଁ ସକାଳର ଭୋଜନ କିଛି ସ୍ଵାସ୍ଥ୍ୟକର ହେବା ଉଚିତ୍। ଏଭଳି କଲେ ଆପଣଙ୍କ କେଶ ଏବଂ ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହେବ।

ତେବେ ସକାଳ ପାଇଁ ଆପଣ ନିଜେ ଘରେ ସ୍ଵାସ୍ଥ୍ୟକର ଡ୍ରିଙ୍କ୍ ତିଆରି କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ଏହା ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଖୁବ୍ ସହଜ। ତେବେ ଜାଣନ୍ତୁ ସକାଳୁ କଣ ଖାଇଲେ ଆପଣଙ୍କ କେଶ ଓ ତ୍ଵଚା ପାଇଁ ହେବ ଲାଭଦାୟକ-

-ହଲୁକା ଗରମ ପାଣିରେ ଲେମ୍ଵୁ ଏବଂ ମହୁ ମିଶାଇ ପିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଟକ୍ସିନ୍ସ ଡ୍ରେନ୍ ହୋଇଯିବ।
-ଲେମ୍ଵୁ ରସ ତ୍ଵଚା ରୋଗକୁ ସୃଷ୍ଟି କରୁଥିବା ଫଗସ୍ କୁ କମ୍ କରେ। ଏଥିରେ ଥିବା ଭିଟାମିନ୍ ସି ସ୍ଵାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ।
-ମହୁ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ ହୋଇଥିବାରୁ ତ୍ଵଚାରେ ଇନଫେକ୍ସନ ହୁଏ ନାହିଁ। ଏହା ସହ ଏହା ତେଲକୁ ନିୟନ୍ତ୍ରଣ କରେ।
-ଯଦି ଆପଣ ଚା ପିଇବାକୁ ପସନ୍ଦ କରନ୍ତି ତେବେ କ୍ଷୀର ଚାଆ ବଦଳରେ ଗ୍ରୀନ୍ ଟି ପିଅନ୍ତୁ।
-ଏହାଦ୍ଵାରା ତ୍ଵଚାରେ ଥିବା ଟକସିନ୍ସ ରିଲିଜ୍ ହୋଇଯାଏ।

କାକୁଡ଼ି ଏବଂ ପାଳଙ୍ଗ ଜୁସ୍
-କାକୁଡି ଏବଂ ପାଳଙ୍ଗ ପତ୍ର ଜୁସ୍ କରି ପିଅନ୍ତୁ। ଏଥିରେ ଏକ ଚାମଚ ମହୁ ପକାନ୍ତୁ।
-ଏହାଦ୍ଵାରା ଆପଣଙ୍କ ତ୍ଵଚା ହାଇଡ୍ରେଟ୍ ରହିବ।
କାକୁଡି ଏବଂ ପାଳଙ୍ଗ ଦୁଇଟି ଭିଟାମିନ୍ ଏ ରେ ଭରପୁର। ଏହାଦ୍ଵାରା ଡାର୍କ ସ୍ପଟ ଦୂର ହୁଏ।

ହଳଦୀ କ୍ଷୀର
-ହଳଦୀ ଏବଂ କ୍ଷୀର ମିଶ୍ରିତ ହୋଇଗଲେ ଏହାର ଶକ୍ତି ମଧ୍ୟ ଦ୍ୱିଗୁଣିତ ହୁଏ।
-ହଳଦୀର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମକୁ ସଫା ରଖେ ଏବଂ କ୍ୟାଲସିୟମ୍ କ୍ଷୀରର ଅନ୍ୟ ପୋଷକ ତତ୍ତ୍ୱ ଚର୍ମକୁ କୋମଳ କରେ।
-ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହଳଦୀ କ୍ଷୀର, ନୂତନ କୋଷଗୁଡ଼ିକର ବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ଏବଂ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିଥାଏ। ଏହା ଚର୍ମକୁ ସୁସ୍ଥ ଦେଖାଏ।

Leave a Reply

Your email address will not be published. Required fields are marked *