ଏହି ସବୁ ଯୋଗାସନ କଲେ ଆପଣଙ୍କ ପିଲା ରହିବେ ଫିଟ୍, ବିକଶିତ ହେବ ଶାରିରୀକ ଏବଂ ମାନସିକ ଗଠନ

ଭୁବନେଶ୍ଵର, ୨୪/୦୪ : ପିଲାମାନଙ୍କ ସୁସ୍ଥ ଶରୀର ଗଠନ ପାଇଁ ଆପଣାନ୍ତୁ ଏହି ସବୁ ଯୋଗାସନ। ଏହା ଦ୍ଵାରା ସେମାନେ ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଫିଟ୍ ରହିବେ। ସେମାନଙ୍କର ବ୍ରେନ୍ ବୁଷ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଯୋଗାସନ ବିଷୟରେ…

ବୃକ୍ଷାସନ- ଏହି ଆସନ କରିବା ଦ୍ଵାରା ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ। ପାଦ ଗୁଡ଼ିକୁ ଶକ୍ତି ମିଳିବ। 

ପ୍ରାଣାୟମ- ପିଲାମାନେ ସ୍ମାର୍ଟ ହେବା ପାଇଁ ପ୍ରତି ଦିନ ପ୍ରାଣାୟମ କରନ୍ତୁ। ଏହା ଦ୍ଵାରା ଶରୀର ଏବଂ ମସ୍ତିଷ୍କ ମଧ୍ୟରେ ସନ୍ତୁଳନ ରହିବ। ପାଠରେ ମନ ଲାଗିବ। ମସ୍ତିଷ୍କ ବିକଶିତ ହେବ।

ସୁଖାସନ– ବ୍ରେନ୍ ବୁଷ୍ଟ କରିବା ପାଇଁ ସୁଖାସନ କରିବା ଉଚିତ୍। ଏହା ଖୁବ୍ ସରଳ। ପିଲାମାନେ ଷ୍ଟ୍ରେସ୍ ଫ୍ରି ହେବେ। ସେମାନଙ୍କର ଥାଇ ଏବଂ ପାଦ ମଜବୁତ ହେବ। 

ଦଣ୍ଡାସନ– ଏହା ଦ୍ଵାରା ଆପଣଙ୍କର ହାତ ମଜବୁତ ହେବ। ଏହାଦ୍ଵାରା ପିଲାମାନଙ୍କ ସିଟିଂ ପୋଶ୍ଚର ଭଲ ରହିବ। 

ଭୁଜଙ୍ଗାସନ– ଏହାଦ୍ଵାରା ପିଲାମାନେ ଆକ୍ଟିଭ୍ ରହିବେ। ତାଙ୍କର ଚେଷ୍ଟର ଆଖପାଖ ଅଂଶ ମଜବୁତ ହେବ। ପିଲାମାନେ ରିଲାକ୍ସ ହେବେ।

Leave a Reply

Your email address will not be published. Required fields are marked *