ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏହି ସବୁ ଯୋଜନାରେ କରନ୍ତୁ ନିବେଶ, ପାଠ ପଢା ଠାରୁ ନେଇ ବିବାହ ଯାଏଁ ରହିବନି ଚିନ୍ତା…

ଭୁବନେଶ୍ଵର, ୨୪/୦୪ : ମାତାପିତାଙ୍କୁ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ରହିଥିବ ନିଶ୍ଚୟ। ତେବେ ଆପଣ କେବଳ ଚିନ୍ତା କଲେ ହେବ ନାହିଁ। ଏଥିପାଇଁ ଆପଣଙ୍କୁ ବିଭିନ୍ନ ଯୋଜନାରେ ନିବେଶ କରିବାକୁ ପଡିବ। ଯେପରିକି ମ୍ୟୁଚୁଆଲ ଫଣ୍ଡ, ୟୁନିଟ୍ ଲିଙ୍କ୍ ଇନସୁରାନ୍ସ ପ୍ଲାନ, ଏଫଡି, ଏନଏସସି, ପିପିଏଫ୍, ଚାଇଲ୍ଡ କ୍ୟାପିଟାଲ ଗ୍ୟାରେଣ୍ଟି ସଲ୍ୟୁସନ, ଚାଇଲ୍ଡ ଏଜୁକେସନ ପ୍ଲାନ, ପୋଷ୍ଟ ଅଫିସ ଆରଡି ସ୍କିମ୍, ସୁକନ୍ୟା ସମୃଦ୍ଧି ଯୋଜନା, ଏଲଆଇସି ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାକ ପ୍ଲାନ।

ମ୍ୟୁଚୁଆଲ ଫଣ୍ଡ- ଆପଣ ଲମ୍ଵା ଅବଧି ପର୍ଯ୍ୟନ୍ତ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିପାରିବେ। ଏସଆଇପି ଜରିଆରେ ଛୋଟ ରାଶି ନିବେଶ କରିପାରିବେ। ଲମ୍ଵା ଅବଧିରେ ନିବେଶରେ ୧୨ ରୁ ୧୫ ପ୍ରତିଶତ ରିଟର୍ଣ୍ଣ ପାଇ ପାରିବେ।

ୟୁନିଟ୍ ଲିଙ୍କ୍ ଇନସୁରାନ୍ସ ପ୍ଲାନ- ମାର୍କେଟ୍‌କୁ ଦୃଷ୍ଟିରେ ରଖି ୟୁଲିପରେ ନିବେଶ କରିପାରିବେ। ଏଥିରେ ୧୨ ରୁ ୧୫ ପ୍ରତିଶତ ରିଟର୍ଣ୍ଣ ପାଇପାରିବେ।

ଏଫଡି, ଏନଏସସି, ପିପିଏଫ୍- ଲମ୍ଵା ଅବଧି ପାଇଁ ଏହି ପାରମ୍ପରିକ ସ୍କିମରେ ନିବେଶ କରିପାରିବେ। ଏହା ପିଲାମାନଙ୍କ ଭବିଷ୍ୟତ ପାଇଁ କାମରେ ଆସିବ।

ଚାଇଲ୍ଡ କ୍ୟାପିଟାଲ ଗ୍ୟାରେଣ୍ଟି ସଲ୍ୟୁସନ- ଏହା ୟୁନିଟ ଲିଙ୍କଡ ଏବଂ ଗୟାରେଣ୍ଟେଡ ରିଟର୍ଣ୍ଣ ପ୍ଲାନର ଏକ କମ୍ବିନେସନ। ଏହି ସ୍କିମରେ ନିବେଶ କରାଯାଇଥିବା ରାଶିରେ ୫୦-୬୦ ପ୍ରତିଶତ ଗ୍ୟାରେଣ୍ଟେଡ ରିଟର୍ଣ୍ଣ ମିଳିବ।

ପୋଷ୍ଟ ଅଫିସ ଆରଡି ସ୍କିମ୍- ଏହା ଏକ ଭଲ ବିକଳ୍ପ। ଏହି ସ୍କିମରେ ଆପଣ ମାସକୁ ଅତି କମ୍‌ରେ ୧୦୦ ଟଙ୍କା ନିବେଶ କରିପାରିବେ।

ସୁକନ୍ୟା ସମୃଦ୍ଧି ଯୋଜନା- ଏହି ସ୍କିମରେ ଆପଣ ନିଜ ଝିଅ ପାଇଁ ୨୫୦ ଟଙ୍କା ଠାରୁ ନେଇ ୧.୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ।

ଏଲଆଇସି ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାଙ୍କ ପ୍ଲାନ- ଏହି ପଲିସିରେ ୨୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ଏହାର ମାଚ୍ୟୁରିଟି ଆପଣଙ୍କୁ କିସ୍ତି ହିସାବରେ ମିଳିବ।

Leave a Reply

Your email address will not be published. Required fields are marked *