ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସର, ଯାହାଙ୍କୁ ବୀରତ୍ଵ ପୁରସ୍କାରରେ କରାଯାଇଛି ସମ୍ମାନିତ…

ଭୁବନେଶ୍ଵର, ୨୪/୦୪ : ଭାରତୀୟ ବାୟୁସେନାରେ ମହିଳାଙ୍କ ଭୂମିକା ବେଶ୍ ଦମଦାର୍ ରହିଛି। ରାଫେଲ ଉଡାଇବା ଠାରୁ ନେଇ ଚିନୁକ ହେଲିକପ୍ଟର ଉଡାଇବା ପର୍ଯ୍ୟନ୍ତ ପୁରୁଷଙ୍କ ତୁଳନାରେ ମହିଳାଙ୍କର ସହଭାଗୀତା ରହିଛି। ଉତ୍କୃଷ୍ଟ କାର୍ଯ୍ୟଶୈଳୀ ପାଇଁ ମହିଳାଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ଭାରତୀୟ ବାୟୁସେନାର କମାଣ୍ଡର ଦୀପିକା ମିଶ୍ରଙ୍କୁ ପ୍ରଥମ ଥର ପାଇଁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ବୀରତ୍ଵ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ ଜାଣନ୍ତୁ କିଏ ଏହି ମହିଳା କମାଣ୍ଡର ?

 ୱିଙ୍ଗ କମାଣ୍ଡର ଦୀପିକା ମିଶ୍ରଙ୍କୁ ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ବିଆର ଚୌଧୁରୀ ବୀରତ୍ଵ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଦୀପିକା ୨୦୨୧ରେ ମଧ୍ୟପ୍ରଦେଶରେ ହୋଇଥିବା ବନ୍ୟା ସମୟରେ ଆପତ୍ତିକାଳୀନ ପରିସ୍ଥିତି ମୁକାବିଲା କରିବା ପାଇଁ ନେତୃତ୍ଵ ନେଇଥିଲେ। ମହିଳା ଏବଂ ଶିଶୁଙ୍କ ସମେତ ୪୭ ଜଣଙ୍କ ଜୀବନ ବଞ୍ଚାଇଥିଲେ। ଏହି କାମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। 

ଦୀପିକା ମିଶ୍ର ବାୟୁସେନା ଏକାଡେମୀରୁ ପାସ୍ କରିବା ପରେ ୨୦୦୬ରେ ସିଙ୍ଗିଲ୍ ଇଞ୍ଜିନ୍ ଉଡାଇବାକୁ ଅନୁମତି ମିଳିଥିଲା। ଦୀପିକା ବାୟୁସେନାରେ ଯୋଗ ଦେବା ସମୟରେ ତାଙ୍କୁ ହେଲିକପ୍ଟର ସିଷ୍ଟମର ଚେତକ ବା ଚିତା ୟୁନିଟ୍ ଦିଆଯାଇଥିଲା। ସେ ବାୟୁସେନାର ସାରଙ୍ଗ ୟୁନିଟ୍‌ରେ ମଧ୍ୟ ସାମିଲ ହୋଇଥିଲେ। ୨୦୧୪ରେ ସେ ସାରଙ୍ଗର ସ୍କ୍ଵାର୍ଡନ ଲିଡର ହୋଇଥିଲେ। 

ମଧ୍ୟପ୍ରଦେଶରେ ୨୦୨୧ରେ ହୋଇଥିବା ବନ୍ୟା ବିଭୀଷିକା ସମୟରେ ଦୀପିକା ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ୮ ଦିନର ରେସକ୍ୟୁ ଅପରେସନରେ ସେ ୪୭ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏକ ଘରର ଛାତ ଉପରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *