ପିଲାମାନଙ୍କ ଉପରେ ହାତ ଉଠାଇବା ପୂର୍ବରୁ ଜାଣି ନିଅନ୍ତୁ ଆଇନ କାନୁନ, ଯାଇ ପାରନ୍ତି ଜେଲ୍

ଭୁବନେଶ୍ଵର, ୨୫/୦୪ : ଭାରତରେ ଶିଶୁଙ୍କୁ ପ୍ରତାଡ଼ିତ କଲେ ମିଳିବ ଦଣ୍ଡ। ଶିଶୁଙ୍କୁ ମାରପିଟ୍ କଲେ କିମ୍ବା ଡରାଇ ଧମକାଇଲେ ଅତି କମ୍‌ରେ ୬ ମାସ ଜେଲ୍ ଯିବେ ପିତାମାତା। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟରେ ଥାନାରେ ମାମଲା ରୁଜୁ ହୋଇପାରିବ। ସେହିପରି ଶିକ୍ଷକ ମାରପିଟ୍ କଲେ ମଧ୍ୟ ରାଇଟ୍-ଟୁ-ଏଜୁକେସନ ଆକ୍ଟରେ ଶିକ୍ଷକଙ୍କୁ ଦଣ୍ଡ ମିଳିବା ସହ ଚାକିରି ବି ଯାଇପାରେ।

ଶିଶୁଙ୍କୁ ପ୍ରତାଡ଼ିତ କରିବା ମାମଲାରେ ଆଇପିସି ଧାରା ୩୨୩ ରେ ମାମଲା ରୁଜୁ ହେବ। ପ୍ରତାଡ଼ିତ ହୋଇଥିବା ଶିଶୁ କୋର୍ଟରେ ନିଜ କେସ୍ ନିଜେ ଲଢିପାରିବେ। ଯଦି ଦୋଷ ସାବ୍ୟସ୍ତ ହୁଏ ତେବେ ଆରୋପୀଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ଜରିମାନା ଆଦାୟ କରାଯିବ। ସେହିପରି କୌଣସି ହତିଆରରେ ଆଘାତ କଲେ ୩୨୪ ଧାରାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଯିବେ। ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ ୩୨୬ ଧାରାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଯିବେ।

ଏତଦ୍ ବ୍ୟତୀତ ଯଦି ଶିଶୁର ମୁଣ୍ଡରେ ଆଘାତ ଲାଗିବ ତେବେ ୩୦୮ ଧାରାରେ ମାମଲା ରୁଜୁ ହେବ। ଏଥିରେ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ୩୨୬ ଏବଂ ୩୦୮ ଏହି ଦୁଇଟି ନନ୍-ବେଲେବୁଲ୍ ଅଫେନ୍ସ। ତେବେ ମାମଲା ବୁଝାମଣା ହୋଇପାରିବ। ୩୨୬ କିମ୍ଵା ୩୦୮ରେ ଏଫଏଆଇର ରୁଜୁ ହେଲେ ମକୋଦ୍ଦମା ଚାଲିବ। କେବଳ ହାଇକୋର୍ଟ ଏଫଆଇଆର ରଦ୍ଦ କରିପାରିବେ।

Leave a Reply

Your email address will not be published. Required fields are marked *