ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ, ଜାଣନ୍ତୁ ଏନର୍ଜି ଡ୍ରିଙ୍କ୍‌ର ସାଇଡ୍ ଇଫେକ୍ଟ…

ନୂଆଦିଲ୍ଲୀ, ୨୯/୦୫ : ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ। ହଁ ଆଜ୍ଞା ମାତ୍ର ୨୦ ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କ୍ ଆପଣଙ୍କ ପିଲାଙ୍କ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ଏହାଦ୍ଵାରା ପିଲାମାନେ କ୍ୟାଫିନ ନିଶାର ଶିକାର ହେଉଛନ୍ତି। ଶିଶୁ, ଗର୍ଭବତୀ ମହିଳା ଏବଂ ସମ୍ଵେଦନଶୀଳ ଲୋକ ଏହି ଡ୍ରିଙ୍କ୍ ନପିଇବାକୁ ଏହି ଡ୍ରିଙ୍କ୍ ବୋତଲରେ ଉଲ୍ଲେଖ ଥିଲେ ସୁଦ୍ଧା ଆମେ ଏହାକୁ ଅଣଦେଖା କରୁଛେ। ଯାହାଦ୍ଵାରା ଆମ ପିଲାମାନେ କ୍ୟାଫିନ ନିଶାର ଶିକାର ହେଉଛନ୍ତି। ସ୍ଵାସ୍ଥ୍ୟ ବିବାଗର ଏକ ରିପୋର୍ଟ ଅନୁଯାୟୀ, ପିଲାମାନେ ଥରେ ଏହି ନିଶାରେ ପଡିଲେ ଏଥିରୁ ବାହାରିବା ମୁସ୍କିଲ ହୋଇଯାଏ। ଏହା ଶରୀର ଉପରେ ବହୁ ପ୍ରକାରର ଦୁଷ୍ପ୍ରଭାବ ପକାଇଥାଏ।

ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ଚିକିତ୍ସକଙ୍କ କହିବା ଅନୁଯାୟୀ, ପିଲାମାନଙ୍କୁ ଏହି ଡ୍ରିଙ୍କ୍ ଠାରୁ ଦୂରରେ ରଖିବା ଉଚିତ୍। ଯଦି ଅଭିଭାବକମାନେ ଏହି ଡ୍ରିଙ୍କ୍ ଠାରୁ ନିଜେ ଦୂରରେ ରହିବେ ତେବେ ପିଲାମାନେ ମଧ୍ୟ ଦୂରରେ ରହିବେ।

ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କ୍ ଦ୍ଵାରା ହେଉଥିବା ସମସ୍ୟା-
୧- ଓଭୋରଡୋଜ୍ କାରଣରୁ ହାଇପର ଟେନସନ୍ ହୋଇଥାଏ।
୨- ଟାଇପ୍-୨ ଡାଇବେଟିସ୍‌ର ଶିକାର ହୋଇପାରନ୍ତି।
୩- ମାନସିକ ଦୁଶ୍ଚିନ୍ତା ବଢିବ।
୪- ଦାନ୍ତ ସମ୍ବନ୍ଧିତ ସମସ୍ୟା ବଢିବ।
୫- ଶରୀରରେ ଜଳର ଅଭାବ ହେବ।

Leave a Reply

Your email address will not be published. Required fields are marked *