ଚିନ୍ତା ବଢ଼ାଉଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଉଥିବା ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହାର ନିରାକରଣ

ଭୁବନେଶ୍ୱର, ୧୬/୦୬ :  ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ଯା। ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି ।

୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉଚ୍ଚ ରକ୍ତଚାପ ସମସ୍ୟା

– ୩%ରୁ ୬% ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ

– ବଦଳୁଥିବା ଜୀବନଶୈଳୀ ପାଇଁ ହେଉଛି ସମସ୍ୟା

– ମେଦବହୁଳତା ଏବଂ ଅଧିକ ବଡି ମାସ୍ ଇନଡେକ୍ସ ବା ବିଏମଆଇ ବି ଏହାର କାରଣ

– ୩୦% ଶିଶୁ ଓ କିଶୋରଙ୍କ ମଧ୍ୟରେ ଏଥିପାଇଁ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଛି

– ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ

– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା

– ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ

– ପିଜା, ବର୍ଗର ସହ କୋଲ୍ଡ ଡ୍ରିଙ୍କସ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି କରିପାରେ

– ଅତ୍ୟଧିକ ସମୟ ମୋବାଇଲ ବ୍ୟବହାର ମଧ୍ୟ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି

– ଅତ୍ୟଧିକ ରକ୍ତଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇପାରେ

– କିଶୋର ଅବସ୍ଥାରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସାରା ଜୀବନ ରହିନଥାଏ

– କେତେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ଚାପ ପାଇଁ ସାମୟିକ ଭାବେ ଦେଖାଦେଇଥାଏ

ବ୍ଲଡ ପ୍ରେସରରୁ ରକ୍ଷା ପାଇବାର ଉପାୟ

– ଜୀବନଶୈଳୀରେ ଶୃଙ୍ଖଳା ଆଣିବା

– ମସ୍ତିଷ୍କକୁ ଆବଶ୍ୟକ ବିଶ୍ରାମ ଦେବା

– ସଚେତନ ରହିବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଂଚ

– ଖାଦ୍ୟପେୟରେ ଶୃଙ୍ଖଳା ଆଣିବା

– ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଅଭିଭାବକ ନଜର ରଖିବା

– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

– ଅଧିକ ପନିପରିବା ଖାଇବା ସହ ଖାଦ୍ୟରେ ଅଧିକ ଲୁଣ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ। 

Leave a Reply

Your email address will not be published. Required fields are marked *