ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ…

ଭୁବନେଶ୍ଵର, ୧୪/୦୬ : ଆଜି ପହିଲି ରଜ । ସବୁଠି ଶୁଭୁଛି ‘ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ…। ଘରେ ଘରେ ମହକୁଛି ପିଠା । ସକାଳୁ ସକାଳୁ ଓଡ଼ିଆ ଘରର ପାରମ୍ପରିକ ପିଠା ଚକୁଳି, ଇଟିଲି, ସୁଜି କାକରା, ମଣ୍ଡା ଆଉ ପୋଡ଼ ପିଠାର ମଜା ନେଉଛନ୍ତି ସଭିଏଁ । ତା’ ସାଙ୍ଗକୁ ଓଡ଼ିଶାର ପ୍ରସିଦ୍ଧ ମିଠା ଓ ନାନାଦି ପ୍ରକାର ଖାଦ୍ୟର ବାସ୍ନା । ନୂଆ ପୋଷାକ ପିନ୍ଧି ଝିଅମାନେ ଦୋଳି ଖେଳିବା ସହ ନାଚଗୀତ କରି ରଜ ପାନ ଖାଇ ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ।

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି।

Leave a Reply

Your email address will not be published. Required fields are marked *