ଜାଣନ୍ତୁ ଶିଶୁର ଦାନ୍ତ କେବେଠୁ ସଫା କରିବା ଉଚିତ୍…

ଭୁବନେଶ୍ଵର, ୧୩/୦୬ : ଶିଶୁମାନେ ଧିରେ ଧିରେ ବଢିବା ସହ ତାଙ୍କୁ ସଫା ସୁତୁରା କରିବା ଜରୁରୀ ହୋଇଥାଏ। ସବୁଠୁ ଜରୁରୀ ହେଉଛି ଓରାଲ ହାଇଜିନ୍‌। ଓରାଲ ହାଇଜିନର କନେକ୍ସନ କହିବାକୁ ଗଲେ ସ୍ୱାସ୍ଥ୍ୟ ସହ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମୁହଁର କୀଟାଣୁ ପେଟକୁ ଯାଇ ଶିଶୁକୁ ରୋଗଗ୍ରସ୍ତ କରିଥାଏ। ଏଥିରେ ଦାନ୍ତ ବି  ଖରାପ ହୋଇଯାଏ। ଏଥିପାଇଁ ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ । ହେଲେ କେବେ ଠାରୁ ଏହା କରିବା ଉଚିତ୍‌ ଆସନ୍ତୁ ଜାଣିବା । ସାଧାରଣ ଭାବେ ଶିଶୁଙ୍କ ଦାନ୍ତ ୬ ମାସର ହେବା ପରେ ପରେ ବାହାରିବା ଆରମ୍ଭ ହୋଇଥାଏ। ଶିଶୁଙ୍କ ଏହି ଦାନ୍ତର ସଫେଇ ଆପଣ କୋମଳ କପଡ଼ା ସାହାଯ୍ୟରେ କରି ପାରିବେ। ଏଥିରେ ଦାନ୍ତ ସହ ମାଢି ଓ ଜିଭ ମଧ୍ୟ ସହଜରେ ସଫା ହୋଇଯାଏ ।

ବର୍ଷେରୁ ଦେଢ ବର୍ଷର ପିଲା –  ଶିଶୁକୁ ଯେବେ ବର୍ଷେରୁ ଦେଢ ବର୍ଷ ଭିତରେ ହୋଇଯାଏ ତାଙ୍କ ପାଇଁ ପୂରା ସଫ୍ଟ ବ୍ରିସଲ୍ସର ଟୁଥବ୍ରଶ୍‌ର ସାହାଯ୍ୟରେ ଦାନ୍ତକୁ ସଫା କରନ୍ତୁ। କିନ୍ତୁ ଟୁଥପେଷ୍ଟର ବ୍ୟବହାର କରନ୍ତୁ ନାହିଁ । କେବଳ ପାଣି ସାହାଯ୍ୟରେ ଦାନ୍ତ ସଫା କରାନ୍ତୁ ।

୧୮ ମାସ ପରେ : ଶିଶୁ ଯେବେ ଦେଢ ବର୍ଷର ହୋଇଯାଏ ତ ଏହାପରେ ପାଖାପାଖି ୬ବର୍ଷ ଯାଏ ଶିଶୁକୁ ସଫ୍ଟ ଟୁଥପେଷ୍ଟ ସାହାଯ୍ୟରେ ଦାନ୍ତକୁ କ୍ଲିନ୍‌ କରିବା ଉଚିତ୍। ଧ୍ୟାନ ରଖିବା ଉଚିତ କି ଟୁଥପେଷ୍ଟ ଲୋ ଫ୍ଲୁରାଇଡ୍‌ର ହୋଇଥିବ ।

୬ ବର୍ଷ ପରେ – ଶିଶୁ ଯେବେ ୬ ବର୍ଷର ହୋଇଯିବ ତ ଏହାପରେ ତାଙ୍କୁ ଷ୍ଟାଣ୍ଡାର୍ଟ ଫ୍ଲୁରାଇଡ ଯୁକ୍ତ ଟୁଥପେଷ୍ଟ ସାହାଯ୍ୟରେ ଟୁଥବ୍ରଶ୍‌ କରେଇବାର ଜରୁରୀ ହୋଇଥାଏ । ଫ୍ଲୁରାଇଡ୍‌ ଦାନ୍ତର ଦୁର୍ଗନ୍ଧ ରୋକିବାରେ ସବୁଠୁ ଜରୁରୀ ଉପାଦାନ ।

ଓରାଲ ହାଇଜିନ ବି ଜରୁରୀ – ଟୁଥବ୍ରଶ ଦ୍ୱାରା ଦାନ୍ତକୁ ସଫା କରିବା ସହ ଶିଶୁର ମୁହଁର ସଫା ପାଇଁ ଜିଭର କ୍ଲିନିଂ ବି ଜରୁରୀ । ଟଙ୍ଗ କ୍ଲିନରର ସାହାଯ୍ୟରେ ଜିଭକୁ ନିଶ୍ଚୟ ସଫା କରନ୍ତୁ । ଶିଶୁ ଯଦି ସାନ ଅଛି ତ କୋମଳ କପଡ଼ା ସାହାଯ୍ୟରେ ଜିଭକୁ ସଫା କରନ୍ତୁ । ଯେଉଁଥିରେ ମୁହଁର ବ୍ୟାକ୍ଟେରିଆ ସଫା ହୋଇଯାଏ ।

Leave a Reply

Your email address will not be published. Required fields are marked *