ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପାଉଛନ୍ତି କି ? ସାବଧାନ୍…

ଭୁବନେଶ୍ୱର, ୧୦/୦୬ : ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ସତର୍କ କରାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, କୋଲ୍ଡ ଡ୍ରିଙ୍କସ୍ ପିଇବା ଶରୀର ପାଇଁ କ୍ଷତିକାରକ । ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଶରୀରର ଅନେକ ପ୍ରକାଣ ରୋଗ ସୃଷ୍ଟି କରିଥାଏ ।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେଉଛି । ଲୋକେ ଖରାରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି । ତେବେ ଏହା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି ।

ଖରା ଦିନେ କୋଲ୍ଡ ଡ୍ରିଙ୍କସ୍ ପିଇଲେ କଣ ହେବ…

– ପେଟରେ ଚର୍ବି ବଢିଥାଏ
– ମଧୁମେହ ରୋଗ ହେବାର ଆଶଙ୍କା ବଢିଥାଏ
– ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଇଥାଏ
– ଇନ୍ସୁଲିନର ସନ୍ତୁଳନ ବଗିଡ଼ିଥାଏ
– ହୃଦରୋଗୀଙ୍କ କୋଲେଷ୍ଟ୍ରୋଲ ଏବଂ ରକ୍ତ ସଞ୍ଚଳୟ ପ୍ରଭାବିତ ହୁଏ
– ଶିଶୁମାନେ ସହଜରେ ମୋଟାପଣର ଶିକାର ହୋଇଥାନ୍ତି

Leave a Reply

Your email address will not be published. Required fields are marked *