ପିଲାମାନଙ୍କ ବ୍ରେନ୍ ପାୱାର ବଢାଇବାକୁ ଦିଅନ୍ତୁ ଏହି ସବୁ ଖାଦ୍ୟ…

ଭୁବନେଶ୍ଵର, ୦୯/୦୬ : ପିଲାମାନଙ୍କ ବ୍ରେନ୍ ଉପରେ ପ୍ରଭାବ ପକାଏ ଏକ ସ୍ଵାସ୍ଥ୍ୟକର ଡାଇଟ୍। ଶରୀରକୁ ଜରୁରୀ ପୋଷଣ ଏବଂ ଭିଟାମିନ୍ ମିଳିବା ଦ୍ଵାରା ବ୍ରେନ୍ ଠିକ୍ ଭାବରେ କାମ କରିଥାଏ। ତେଣୁ ପିଲାମାନଙ୍କ ବ୍ରେନ୍‌କୁ ଅଧିକ ସାର୍ପ କରିବା ପାଇଁ ଆପଣଙ୍କ ପିଲାମାନଙ୍କୁ ଦିଅନ୍ତୁ ଭିଟାମିନ୍ ଓ ପୋଷଣଯୁକ୍ତ ଖାଦ୍ୟ।

୧- ଦହି- ଆୟୋଡିନ୍‌ର ଏକ ଭଲ ସ୍ରୋତ ହେଉଛି ଦହି। ପ୍ରୋଟିନ, ଜିଙ୍କ୍, ଭିଟାମିନ୍ ବି ୧୨ ଏବଂ ସେଲେନିୟମରେ ଭରପୁର ହେଉଛି ଦହି। ବ୍ରେନ୍ ଫଙ୍କସନ ପାଇଁ ଏହା ନିହାତି ଜରୁରୀ।
୨- ସବୁଜ ପତ୍ର ଥିବା ପରିବା ଏବଂ ପାଳଙ୍ଗ। ଏଥିରେ ଭିଟାମିନ୍ ଇ ରହିଥାଏ। ଏହା ବ୍ରେନ୍‌କୁ ରକ୍ଷା କରେ।
୩-ବିନ୍ସ- ଏଥିରେ ମାଗ୍ନେସିୟମ, ଜିଙ୍କ୍, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫୋଲେଟ ରହିଛି। ଏହା ଆପଣଙ୍କ ମୁଡ୍ ଏବଂ ବ୍ରେନ୍ ଉପରେ ଭଲ ପ୍ରଭାବ ପକାଇବ।
୪-ଗେହୁ, ଯଅ, ଚାଉଳ। ଏହା ଭିଟାମିନ୍‌ରେ ଭରପୁର। ଏହାକୁ ଖାଇବା ଦ୍ଵାରା ବ୍ରେନ୍ ଭଲ ଭାବରେ କାମ କରେ।

Leave a Reply

Your email address will not be published. Required fields are marked *