ରୀନା ଭୂୟାଁଙ୍କ କାହାଣୀ ବି ଏକ ଉଦାହରଣ

ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉ ହେଉ ରୀନା ଭୂୟାଁ ତାଙ୍କ ସାଇକେଲ ଧରି ବାହାରି ପଡ଼ନ୍ତି । ପୋଲିଓରେ ଗୋଡ଼ ବଙ୍କା ଏହା ସତ୍ତ୍ବେ ବି ସେ ପ୍ରତିଦିନ 30 କିଲୋମିଟର ସାଇକଲିଂ କରି ଘରକୁ ଫେରନ୍ତି। ତେବେ ଏହି 30 କିଲୋମିଟର ସାଇକଲିଂ ପଛରେ ତାଙ୍କର ରହିଥିଲା ମଜବୁରି । କି କୁହୁଡ଼ି କି ବର୍ଷା ତାଙ୍କୁ ଘରୁ ବାହାରିବାକୁ ପଡୁଥିଲା ଏବଂ ନିର୍ଦ୍ଧାରିତ ସମୟ ଭିତରେ 30 କିଲୋମିଟର ସାଇକେଲରେସାରିବାକୁ ପଡୁଥିଲା। ଘରେ ଘରେ ତାଙ୍କୁ ଖବର କାଗଜ ଦେବାକୁ ପଡୁଥିଲା।

ଚୌଦ୍ବାରର ରୀନା ଭୂୟାଁ, ବାହା ବି ହୋଇଥିଲେ କିନ୍ତୁ ସ୍ବାମୀ ତାଙ୍କୁ ଛାଡ଼ି ଦେଲେ । ରୀନା ପୁଣି ଚାଲି ଆସିଲେ ତାଙ୍କ ବାପାଙ୍କ ପାଖକୁ। ବାପା ନକୁଳ ଭୂୟାଁ ଏକ ପାନ ଦୋକାନ କରି ଘର ଚଳାଇବା କଷ୍ଟ। ତେଣୁ ଘର ଉପରେ ବୋଝ ହେବା ଅପେକ୍ଷା ରୀନା ନିଜେ ଘରର ବୋଝ କାନ୍ଧେଇବା ଆରମ୍ଭ କଲେ। ନିଜେ ସାଇକେଲ ଧରି ପେପର ବିକ୍ରି କରିବା ଆରମ୍ଭ କଲେ। ରୀନାଙ୍କ କାହାଣୀ ବିଭିନ୍ନ ମିଡିଆରେ ପ୍ରକାଶ ପାଇଥିଲା।

ଏବେ ଖୁସିର କଥା ହେଉଛି କିଛି ସ୍ବେଚ୍ଛାସେବୀ ଆଗେଇଆସିଛନ୍ତି ରୀନାଙ୍କୁ ଏକ ବାଇକ ଉପହାର ଦେଇଛନ୍ତି। ଚାରିଚକିଆ ବାଇକ ପୋଲିଓ ଗୋଡ଼ରେ ଚଲାଇବା ପାଇଁ ଅସୁବିଧା ହେବନାହିଁ। ଏହାକୁ ନେଇ ସେ ପେପର ବିକି ପାରିବେ, ପରିବାର ଚଳାଇପାରିବେ । ଥାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ବିରଞ୍ଚି ନାରୟଣ ପତି ଅତିଥି ଭାବେ ଯୋଗଦେଇ ରୀନାଙ୍କୁ ଏହି ଚାରିଚକିଆ ବ୍ୟାଟେରୀ ଚାଳିତ ଗାଡ଼ିକୁ ପ୍ରଦାନ କରିଥିଲେ। ଗାଡ଼ିର ଚାବିକୁ ରୀନାଙ୍କୁ ପ୍ରଦାନ କରିଥିଲେ।

 ରୀନାଙ୍କ ଗାଡ଼ି କ୍ରୟ ପାଇଁ ଆର୍ଥିକ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ଥାନା ଅଧିକାରୀ ଶ୍ରୀ ପତିଙ୍କୁ ରୀନା କୃତଜ୍ଞତା ଜ୍ଞାପନ କରିଥିଲେ। ସମଜାସେବୀ ସ୍ୱର୍ଗତ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାସ, ଇସ୍ପା ରଞ୍ଜିତ କୁମାର, ସାମ୍ବାଦିକ ମାନସ କୁମାର ସାମଲ, ରୁଦ୍ରାଶିଷ ନାଥ, ରଶ୍ମୀରଞ୍ଜନ କର, ବିରଞ୍ଚି ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆପଣଙ୍କ ପାଖରେ ଏମିତି ସଫଳ ମହିଳାଙ୍କ କାହାଣୀ ଥିଲେ admin@sheodisha.com ରେ ମେଲ କରନ୍ତୁ।

Leave a Reply

Your email address will not be published. Required fields are marked *