ହାସ୍ୟାଭିନେତା ଗୁଡୁଙ୍କ ବାହାଘର

ହାସ୍ୟାଭିନେତା ଗୁଡୁଙ୍କର କୁତୁକୁତିଆ ଅଭିନୟକୁ ମନେ ପକାଇ ଆପଣ ବାରମ୍ବାର ହସିଥାନ୍ତି। ଫିଲ୍ମ ହେଉ କି ସିରିଏଲ କି ଆଲବମ ଗୁଡୁ ଥିଲେ ହସ ଜମିଥାଏ। ତେବେ ଗୁଡୁଙ୍କୁ ନେଇ ଲେଟେଷ୍ଟ ଖବର ହେଲା ସେ ବାହା ହୋଇଛନ୍ତି। ସେ  ହାତକୁ ଚାରିହାତ ହୋଇଛନ୍ତି। ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ଯୋଡ଼ିଛନ୍ତି। ବାନ୍ଧବୀ ମାମାଙ୍କୁ ନେଇ ନିଜ ସଂସାର ଆରମ୍ଭ କରିଛନ୍ତି ଅଭିନେତା ଗୁଡୁ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା ଗୁଡୁ ନିଜ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି। ତାଙ୍କର ବାହାଘର ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଛି। ବାନ୍ଧବୀ ମାମାଙ୍କୁ ସେ ବାହା ହୋଇଛନ୍ତି। ଏହି ବାହାଘର ତାଙ୍କର ଆମଫୋଇ ସଂସ୍ଥା ଜରିଆରେ ହୋଇଥିବା ମିଡିଆ ସୂତ୍ରରୁ ଜଣାଯାଇଛି।

ସିରିଏଲ, ଆଲବମ ଓ ଫିଲ୍ମରେ ଗୁଡୁଙ୍କ ଅଭିନୟର ଏକ ନିଆରା ଷ୍ଟାଇଲ ରହିଛି। ତାଙ୍କ ବାହାଘର ତାଙ୍କ ଫ୍ୟାନମାନଙ୍କୁ ନିଶ୍ଚୟ ଖୁସି କରିବ ଏବଂ ସେମାନେ ଏହି ଖବର ପାଇ ତାଙ୍କୁ ନିଶ୍ଚୟ ଶୁଭେଚ୍ଛା ଜଣାଇବେ। ଆପଣ ଜଦି ଗୁଡୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି କମେଣ୍ଟ କରି ଜଣାଇପାରିବେ।

Leave a Reply

Your email address will not be published. Required fields are marked *