ବଲିଉଡ଼ରେ ଆଉ ଏକ କାରଗିଲ ଫିଲ୍ମ

ଜୁଲାଇ 26 ତାରିଖରେ ପୂରା ଦେଶ କାରଗିଲ ବିଜୟ ଦିବସ ପାଳନ କରିଛି। କାରଗିଲର ବୀର ସହିଦଙ୍କର ବଳିଦାନକୁ ମନେ ପକାଇଛି। 60 ଦିନର ଏହି ଯ଼ୁଦ୍ଧରେ ଭାରତର ବୀର ଯ଼ବାନମାନେ ନିଜ ଜୀବନକୁ ବାଜି ଲଗାଇ କାରଗିଲର ଶିଖରରେ ପୁଣି ତ୍ରିରଙ୍ଗା ଉଡ଼ାଇଥିଲେ । ତେବେ ଏହି ଯ଼ୁଦ୍ଧରେ ଯେଉଁମାନଙ୍କୁ ଦେଶ ମନେ ପକାଇଥାଏ ସେମାନଙ୍କ ମଧ୍ୟରେ ଜଣେ ହେଲେ ବିକ୍ରମ ବାତ୍ରା। ବିଜୟ ଦିବସ ଅବସରରେ ତାଙ୍କ ପାଇଁ ବଡ଼ ଶ୍ରଦ୍ଧାଞ୍ଜଳି ହେଲା ତାଙ୍କ ଉଦ୍ଦେଶ୍ୟରେ ନିର୍ମିତ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନିଙ୍କ ଅଭିନୀତ ଏହି ଫିଲ୍ମ ଶେରଶାହା ରେ ରହିଛି କାରଗିଲର ପଏଣ୍ଟ 4875 ବିଜୟର କଥା।

ବିକ୍ରମ ବାତ୍ରାଙ୍କ ବଳିଦାନର କାହାଣୀକୁ ଲିପିବଦ୍ଧ କରିଥିଲେ ତାଙ୍କ ବାପା ଜିଏଲ ବାତ୍ରା । ବିକ୍ରମ ବାତ୍ରା ଯ଼େଉଁଠାରେ ପ୍ରାଣ ହରାଇଥିଲେ ସେହି ସ୍ଥାନକୁ ଯ଼ାଇ ସେହିଠାରୁ କିଛି ମାଟି ସଂଗ୍ରହ କରିଥିଲେ ସେହି ମାଟିକୁ ପ୍ରଣାମ କରିଥିଲେ। ବିକ୍ରମ ବାତ୍ରାଙ୍କ ଜୀବନୀକୁ ସେ ନିଜେ ଲେଖିଥିଲେ ଯ଼ାହାର ନାଁ ଦେଇଥିଲେ ସେ ଶେରଶାହା। ହିମାଚଳ ପ୍ରଦେଶର ଏହି ବୀର ଯ଼ବାନଙ୍କର କାହାଣୀକୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଅଗଷ୍ଟ 12 ତାରିଖରେ ଆମାଜନ ପ୍ରାଇମରେ ରିଲିଜ ହେବ ଫିଲ୍ମ ଶେରଶାହା।

Leave a Reply

Your email address will not be published. Required fields are marked *