ରାଜ୍ୟରେ ବଢିଚାଲିଛି ମହିଳା ବିରୋଧୀ ହିଂସା, ଜାତୀୟ ତୁଳନାରେ ରାଜ୍ୟରେ ୧.୩% ମାମଲା ଅଧିକ

ଭୁବନେଶ୍ଵର, ୨୮/୧୧ : ରାଜ୍ୟରେ ବଢିଚାଲିଛି ମହିଳା ବିରୋଧୀ ହିଂସା। ଦେଶରେ ୨୯.୩% ମହିଳା ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୩୦.୬% ରହିଛି। ଅର୍ଥାତ୍‌ ଜାତୀୟ ତୁଳନାରେ ରାଜ୍ୟରେ ୧.୩% ଅଧିକ । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ । ସେହିପରି କର୍ଣ୍ଣାଟକରେ ସର୍ବାଧିକ ୪୪.୪% ମହିଳା ନିର୍ଯାତିତ ହେଉଛନ୍ତି । ଲାକ୍ଷାଦ୍ୱୀପରେ ଏହି ହାର ୧.୩% ରହିଛି । ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫, ୨୦୧୯-୨୧ରୁ ଏହି ସୂଚନା ମିଳିଛି ।

ସୂଚନାନୁଯାୟୀ, ଜାତୀୟସ୍ତରରେ ୧୮ରୁ ୪୯ ବର୍ଷ ବିହାହିତା ମହିଳାଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ୬୨ହଜାର ୩୮୧ ମହିଳାଙ୍କ ମତ ନିଆଯାଇଥିଲା। ଏହି ମହିଳାଙ୍କ ଭିତରେ ବିଧବା, ଛାଡ଼ପତ୍ରଧାରୀ ଓ ସ୍ୱାମୀଙ୍କ ପାଖରେ ଥିବା ମହିଳା ଅଛନ୍ତି । ଯେଉଁଥିରେ ୭୦% ପୁରୁଷ ମଦ ପିଇ ସ୍ତ୍ରୀଙ୍କୁ ମାଡ଼ ଓ ଯୌନ ଶୋଷଣ କରିଛନ୍ତି । ୨୩% ମଦ ନ ପିଇ ବି ଆକ୍ରମଣ କରିଥାନ୍ତି । ୭୭ % ମହିଳା ସ୍ୱାମୀଙ୍କ ଦ୍ୱାରା ହେଉଥିବା ନିର୍ଯାତନା ଓ ଅତ୍ୟାହାର ବିଷୟରେ କାହା ପାଖରେ ପ୍ରକାଶ କରିପାରନ୍ତି ନାହିଁ ।

ଦେଶର ସହରାଞ୍ଚଳରେ ୨୪.୨% ଏବଂ ଗ୍ରାମାଞ୍ଚଳରେ ୩୧.୬% ମହିଳା ନିଜ ସ୍ୱାମୀଙ୍କ ଦ୍ୱାରା ହିଂସାର ଶିକାର ହେଉଛନ୍ତି । ମହିଳା ନିର୍ଯାତନା ଓ ଯୌନ ଶୋଷଣ କ୍ଷେତ୍ରରେ ୬ଟି ବଡ଼ ରାଜ୍ୟ ଯଥା କର୍ଣ୍ଣାଟକରେ ୪୪.୪%, ବିହାରରେ ୪୦.୦%, ମଣିପୁରରେ ୩୯.୬%, ତାମିଲନାଡ଼ୁରେ ୩୮.୧%, ତେଲେଙ୍ଗାନାରେ ୩୬.୯%, ଉତ୍ତର ପ୍ରଦେଶରେ ୩୪.୮% ଓ ଆସାମରେ ୩୨.୦% ମହିଳ ସ୍ୱାମୀ ଶିକାର ହେଉଛନ୍ତି ।

Leave a Reply

Your email address will not be published. Required fields are marked *