ୟୁନିସେଫ୍ ଭାରତକୁ ପ୍ରତିନିଧିତ୍ଵ କରୁଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୭/୧୧ : ସଂଯୁକ୍ତ ରାଷ୍ଟ୍ର ବାଳକୋଷ ସାରା ଦୁନିଆର ଶିୂଙ୍କ ସାମଗ୍ରିକ ବିକାଶ ପାଇଁ ଲଗାତର କାର୍ଯ୍ୟ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ସଂଚାଳିତ କରୁଛି। ୟୁନିସେଫ୍ ୧୯୦ ଟି ଦେଶରେ ଏବେ କାର୍ଯ୍ୟରତ ଅଛି। ୧୫୦ରୁ ଉର୍ଦ୍ଧ୍ଵ ଦେଶରେ ୟୁନିସେଫ୍‌ର କାର୍ଯ୍ୟାଳୟ ବା ମୁଖ୍ୟାଳୟ ରହିଛି। ୟୁନିସେଫ୍‌ର ଏହି ବିସ୍ତୃତ ନେଟୱାର୍କ ସରକାରଙ୍କ ସହ ମିଶି ବାଳ ଅଧିକାର ସଂରକ୍ଷଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଦିଗରେ କାମ କରୁଛି। ଏହି କ୍ରମରେ ଭାରତରେ ମଧ୍ୟ ୟୁନିସେଫ୍ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କାର୍ଯ୍ୟର ନେତୃତ୍ଵ ଏବଂ ସଞ୍ଚାଳନ ପାଇଁ ଜଣେ ମହିଳାଙ୍କୁ ନିୟୋଜିତ କରାଯାଇଛି। ଏହି ମହିଳା ଜଣଙ୍କ ହେଉଛନ୍ତି ସିନ୍ଥିୟା ମେକକେଫରି। ସିନ୍ଥିୟା ତାଙ୍କର ଦାୟିତ୍ଵକୁ ଗୁରୁତର ସହ ବହନ କରୁଛନ୍ତି।

ସୂଚନାନୁଯାୟୀ, ସିନ୍ଥିୟାଙ୍କୁ ଚଳିତ ବର୍ଷ ଅକ୍ଟୋବର ମାସରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ଭାବରେ ନିୟୋଜିତ କରାଯାଇଛି। ସେ ୟୁନିସେଫ୍ ମୁଖ୍ୟାଳୟରେ ବହୁ କାର୍ଯ୍ୟରେ ନେତୃତ୍ଵ ନେଇଛନ୍ତି। ତାଙ୍କର ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ବହୁ ଉଚ୍ଚ ପଦ ପଦବୀରେ ମଧ୍ୟ ନିୟୋଜିତ ଥିଲେ। ସେ ନିର୍ଦ୍ଦେଶକ, କାର୍ଯ୍ୟକାରୀ ନିର୍ଦ୍ଦେଶକ, କାର୍ଯ୍ୟାଳୟ ନିର୍ଦ୍ଦେଶକ, ଏବଂ ଷ୍ଟାଫ୍ ପ୍ରମୁଖ ଭାବରେ କାର୍ଯ୍ୟ କରିଛନ୍ତି। ଭାରତ ପୂର୍ବରୁ ସେ ଚୀନରେ ପ୍ରତିନିଧିତ୍ଵ କରୁଥିଲେ।

ସିନ୍ଥିୟା ଆମେରିକାର ଅଧିବାସୀ। ସେ ୱେଣ୍ଡରବିଲ୍ଟ ବିଶ୍ଵବିଦ୍ୟାଳୟରେ ବ୍ୟାଚଲର ଅଫ ଆର୍ଟ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ଟେକ୍ସାସ୍ ବିଶ୍ଵବିଦ୍ୟାଳୟରେ ଏଲବିଜି ସ୍କୁଲ ପବ୍ଲିକ ପଲିସିରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ୨୦୦୧ରେ, ସିନ୍ଥିୟା ୟୁନିସେଫରେ ଜଣେ ବରିଷ୍ଠ କାର୍ଯ୍ୟକ୍ରମ ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ। ମିଳିତ ଜାତିସଂଘର ଶିଶୁ ଏଜେନ୍ସି ଏବଂ ଆମେରିକା, କାନାଡା ଏବଂ ଆୟର୍ଲାଣ୍ଡ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ସେ ଉଦ୍ୟମ କରିଥିଲେ। ପରେ ୟୁନିସେଫରେ ବରିଷ୍ଠ ଉପସଭାପତି ଭାବରେ କାର୍ଯ୍ୟ କରିଥିଲେ। ଇତି ମଧ୍ୟରେ, ସମଗ୍ର ବିଶ୍ୱରେ ଏଜେନ୍ସିର କାର୍ଯ୍ୟ ପାଇଁ ସମର୍ଥନ ହାସଲ କରିଥଲେ। ୟୁନିସେଫ୍ ଚାଇନାର ପ୍ରତିନିଧୀ ଭାବରେ କାର୍ଯ୍ୟ କରିବା ପରେ ସେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧୀ ପଦର ଦାୟିତ୍ଵ ତୁଲାଇଛନ୍ତି। ଏହି ପଦରେ ନିଯୁକ୍ତ ହେବା ପରେ ସିନ୍ଥିୟା କହିଛନ୍ତି ଯେ, ମୁଁ ୟୁନିସେଫ ସହିତ ଏକ ଶକ୍ତିଶାଳୀ ସହଭାଗିତା ଖୋଜିବି ଏବଂ ସେହି ସମୟରେ ସମଗ୍ର ଭାରତରେ ପ୍ରତ୍ୟେକ ଶିଶୁର ଅଧିକାରର ବିକାଶ ପାଇଁ କାର୍ଯ୍ୟ କରିବି।

Leave a Reply

Your email address will not be published. Required fields are marked *