ହେୟାର ଷ୍ଟ୍ରେଟ୍ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ଡ୍ୟାମେଜ୍ ହୋଇଯିବ ଆପଣଙ୍କ କେଶ

ଭୁବନେଶ୍ୱର, ୦୧/୧୨ : ବହୁତ କମ୍ ଝିଅ ହେୟାର ଷ୍ଟ୍ରେଟ୍ କରିବା ପାଇଁ ପାର୍ଲରକୁ ଯାଆନ୍ତି। କିନ୍ତୁ, ଝିଅମାନେ ଘରେ ହେୟାର ଷ୍ଟ୍ରେଟ୍ କରିବା ସମୟରେ ଅନେକ ଭୁଲ କରନ୍ତି। ସମସ୍ତେ ଭାବନ୍ତି ଘରେ ହେୟାର ଷ୍ଟ୍ରେଟ୍ କରିବା ଅତ୍ୟନ୍ତ ସହଜ। କିନ୍ତୁ କେଶକୁ ଷ୍ଟ୍ରେଟ୍ କରିବାବେଳେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟ। ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହା ଦ୍ୱାରା ହେୟାର ଡ୍ୟାମେଜ୍ ହୁଏ ଏବଂ ପୂର୍ବ ଅପେକ୍ଷା ଅଧିକ ଫ୍ରିଜ୍ ହେୟାର ଦେଖାଯାଏ। ସେଥିପାଇଁ କିଛି ଜିନିଷର ଯତ୍ନ ନେବା ଜରୁରୀ।

ତାପମାତ୍ରା କଣ୍ଟ୍ରୋଲ୍ ନକରିବା :

ହେୟାର ଷ୍ଟ୍ରେଟନର୍‌ର ତାପମାତ୍ରା କଣ୍ଟ୍ରୋଲ୍ ନକରିବା ଏକ ବଡ ଭୁଲ। ତାପମାତ୍ରା ନିୟନ୍ତ୍ରଣ ନକରିବା ଦ୍ୱାରା ଷ୍ଟ୍ରେଟନର୍‌ ଅଧିକ ଗରମ ହୋଇପାରେ ଏବଂ ଏହା କେଶକୁ ଜାଳି ଦେଇପାରେ। ମିଡିୟମ୍ ସେଟିଂରେ ଷ୍ଟ୍ରେଟନର୍‌କୁ ରଖନ୍ତୁ ଏବଂ ତା’ପରେ କେଶକୁ ଷ୍ଟ୍ରେଟ୍ କରନ୍ତୁ।

ଓଦା କେଶ ଷ୍ଟ୍ରେଟ୍ କରିବା :

ଏହା ଏକ ବଡ ଭୁଲ ଯାହାକୁ ଏଡାଇବା ଆବଶ୍ୟକ। ଓଦା କେଶକୁ ଷ୍ଟ୍ରେଟ୍ କରିବା କେବଳ କେଶ ପାଇଁ ଖରାପ ନୁହେଁ ବରଂ ଏହା ଷ୍ଟ୍ରେଟନର୍‌କୁ ମଧ୍ୟ ଖରାପ କରିପାରେ। ଓଦା କେଶ ଦୁର୍ବଳ ହୋଇଥାଏ ଯାହା ଷ୍ଟ୍ରେଟନର୍‌ ଲାଗିଲେ ଭାଙ୍ଗିଯାଏ। ଆହୁରି ମଧ୍ୟ, କେଶ ଜଳିବାର ସମ୍ଭାବନା ମଧ୍ୟ ବଢିଥାଏ।

ହିଟ୍ ପ୍ରୋଟେକ୍ସନ୍ ନଲଗାଇବା :

ଅନେକ ଝିଅ ଅନୁଭବ କରନ୍ତି ହିଟ୍ ପ୍ରୋଟେକ୍ସନ୍ ପାଇଁ ପ୍ରଡକ୍ଟ କିଣିବା ଟଙ୍କା ବର୍ବାଦ କରିବା ସହ ସମାନ, କିନ୍ତୁ ଏହା ନୁହେଁ। ହିଟ୍ ପ୍ରୋଟେକ୍ସନ୍ କେଶକୁ ଉତ୍ତାପରୁ ରକ୍ଷା କରିଥାଏ ଏବଂ କେଶର ଟେକ୍ସଚର ବଜାୟ ରଖିଥାଏ। ଯଦି ଜରୁରୀକାଳୀନ ପରିସ୍ଥିତି ଥାଏ, ତେବେ ଆପଣ ହେୟାର ସେରମ୍ ମଧ୍ୟ ବ୍ୟବହାର କରିପାରିବେ।

ସଠିକ୍ ଟେକନିକ୍ ଆପଣେଇବା :

କେଶରେ ଅତି ଶୀଘ୍ର କିମ୍ବା ଅତି ଧୀରେ ଷ୍ଟ୍ରେଟନର୍ ଚଲାଇବା ଭୁଲ ଟେକନିକ୍। ଧିରେ ଧିରେ ଷ୍ଟ୍ରେଟନର୍ ଚଲାଇବା ଦ୍ୱାରା କେଶ ପୋଡି ଯାଇପାରେ। ସେହିପରି ଶୀଘ୍ର ଚଳାଇବା ଦ୍ୱାରା କେଶ ଠିକ୍ ଭାବରେ ଷ୍ଟ୍ରେଟ୍ ହୋଇପାରେ ନାହିଁ।

Leave a Reply

Your email address will not be published. Required fields are marked *