ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା ହୋଇଥାନ୍ତି। ତେବେ ମାନସିକ ଅବସାଦର ଏଭଳି ବହୁ ଲକ୍ଷଣ ରହିଛି ଯାହା ଆପଣମାନେ ଜାଣିବା ନିହାତି ଜରୁରୀ।

ଯଦି ଆପଣଙ୍କ ପିଲା ଅଧିକ ସମୟ ଉଦାସ ରହୁଛନ୍ତି ଏବଂ ନିଜକୁ ଏକଲା ଭାବୁଛନ୍ତି କିମ୍ଵା ଚିଡଚିଡା ହେଉଛନ୍ତି ତେବେ ଆପଣଙ୍କୁ ଧ୍ୟାନ ଦେବା ଜରୁରୀ। ଯଦି ପିଲାମାନେ କଥା କଥାରେ କାନ୍ଦି ପକାନ୍ତି ତେବେ ସେମାନେ ମାନସିକ ଅବସାଦରେ ପୀଡ଼ିତ। ଯେଉଁମାନେ ଡିପ୍ରେସନରେ ରୁହନ୍ତି ସେମାନେ ଛୋଟ ଛୋଟ ଟେନସନରେ ଗୁଣୁଗୁଣୁ ହୁଅନ୍ତି। ନିଜକୁ ନିଜେ ଦୋଷ ଦିଅନ୍ତି। ଯେପରିକି ମୁଁ କିଛି କରି ପାରିବି ନାହିଁ। ସମସ୍ତେ ମୋ ପଛରେ କାହିଁକି ପଡ଼ିଛନ୍ତି? ଏମିତି କେତେଦିନ ଚାଲିବ ? ମୋ ଭାଗ୍ୟ ହିଁ ଏମିତି । ଏହିଭଳି କଥା କୁହନ୍ତି।

ଡିପ୍ରେସନରେ ରହିବା କାରଣରୁ ପିଲାମାନେ ଯେତିକି ପରିଶ୍ରମ କରୁଥିଲେ ସେତିକି କରିବେ ନାହିଁ। ସାଧାରଣ କାମ କଲେ ମଧ୍ୟ ତାଙ୍କୁ କଷ୍ଟ ହୁଏ। ସେମାନେ ପେଟପୂରା ଖାଦ୍ୟ ଖାଆନ୍ତି ନାହିଁ। ସେମାନଙ୍କୁ ନିଦ ଆସେ ନାହିଁ। ଡାଇଟ୍ ମଧ୍ୟ କମ୍ କରି ଦିଅନ୍ତି।

Leave a Reply

Your email address will not be published. Required fields are marked *