କାହିଁକି ମାଙ୍କଡ଼ଙ୍କ ଭିତରେ ହେଲା ଗ୍ୟାଙ୍ଗୱାର

ଦାବି ପୂରଣ ନହେଲେ ଲୋକମାନେ ରାସ୍ତା ଅବରୋଧ କରିବାର ଦେଖିଥିବେ । ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଗଲେ ଟ୍ରାଫିକ ଜାମ ହୋଇଯ଼ିବାର ଦେଖିଥିବେ। ହେଲେ ଦୁଇ ଗୋଷ୍ଠୀ ମାଙ୍କଡ଼ଙ୍କ ମଧ୍ୟରେ ଏମିତି ମାଡଗୋଳ ଆରମ୍ଭ ହୋଇଯ଼ାଇଥିଲା ଯେ ଟ୍ରାଫିକ ଜାମ ହୋଇଯ଼ାଇଥିଲା, ଲୋକେ ଦେଖି ତାଜୁବ। ବେଶ୍ କିଛି ସମୟ ଧରି ଚାଲିଥିଲା ମାଙ୍ଗଡ଼ଙ୍କର ଏହି ଖଣ୍ଡ ଯ଼ୁଦ୍ଧ। ତାପରେ ମାଙ୍କଡ଼ମାନେ ଯେମିତି ଆସିଥିଲେ ସେମିତି ଚାଲିଯାଇଥିଲେ ସେମିତି ଚାଲିଯାଇଥିଲେ ଏବଂ ଟ୍ରାଫିକ ସ୍ବାଭାବିକ ହୋଇଥିଲା କିନ୍ତୁ ଏହାର ଭିଡ଼ିଓ ଏବେ ବିଶ୍ବ ବ୍ଯାପୀ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଘଟିଥିଲା ଥାଇଲାଣ୍ଡର ଲୋପବୁରି ଷ୍ଟ୍ରିଟରେ।  ଫ୍ରାକାନ ପୀଠରେ ହଜାର ହଜାର ମାଙ୍କଡ଼ ବାସ କରିଥାନ୍ତି। ଏମିତିବି ମାଙ୍କଡ଼ଙ୍କ ମଧ୍ୟରେ ଛୋଟମୋଟ କଜିଆ ସାଧାରଣରେ ବି ହୋଇଥାଏ। ହେଲେ 27 ତାରିଖ ଦିନ ଏମିତି କଣ ଘଟିଥିଲା ଯେ ମାଙ୍କଡ଼ମାନେ ଦଳ ଦଳ ହୋଇ ରାସ୍ତାକୁ ଚାଲିଆସିଥିଲେ। ପରସ୍ପକୁ ଲଲକାରିଥିଲେ ଏବଂ ଆରମ୍ଭ ହୋଇଯ଼ାଇଥିଲା ମାଡ଼ଗୋଳ।  ସ୍ଥାନୀୟ କିଛି ଲୋକ ଏହାର ଭିଡ଼ିଓ ଉତ୍ତୋଳନ କରିନେଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା କଥା 2020ରେ ମଧ୍ୟ ମାଙ୍କଡ଼ଙ୍କ ମଧ୍ୟରେ ସମାନ ଧରଣର ଖଣ୍ଡଯ଼ୁଦ୍ଧ ଘଟିଥିଲା।ତେବେ ଲୋକଙ୍କ କହିବା ଅନୁଯାୟୀ ଯେବେଠାରୂ କୋଭିଡ ମହାମାରୀ ଆସିଲାଣି ସେବେଠାରୂ ଜୀବଯ଼ନ୍ତୁଙ୍କ ବ୍ୟବହାରର ପରିବର୍ତ୍ତନ ହେଲାଣି। କାରଣ ଏୟା ହୋଇଥାଇପାରେ ଯେ ପର୍ଯ଼୍ୟଟକଙ୍କ ଆତଯାତ କମିଯାଇଛି। ପର୍ଯ଼୍ୟଟକ ସେମାନଙ୍କୁ ଖାଇବାକୁ ଦେଉଥିଲେ। ସେମାନଙ୍କ ଉପରେ ମାଙ୍କଡ଼ମାନେ ନିର୍ଭରଶୀଳ ହୋଇଯ଼ାଇଥିଲେ। ପ୍ରଚୂର ଖାଇବାକୁ ମିଳୁଥିଲା। ଏବେ ଯ଼େତେବେଳେ ଖାଇବାକ କମିଯାଇଛି ତେଣୁ ସେମାନେ ଅଧିକ ହିଂସ୍ର ହୋଇପଡ଼ିଛନ୍ତି।

ମଙ୍ଗଳବାରର ଏହି ମାଙ୍କଡ଼ଙ୍କ ଖଣ୍ଡଯ଼ୁଦ୍ଧରେ କିଛି ମାଙ୍କଡ଼ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି ଏପରିକି ସେମାନଙ୍କ ନେତା ମଧ୍ୟ ଏଥିରେ ସେମାନଙ୍କୁ ପରିଚାଳିତ କରୁଥିବାର ଦେଖିବାକୁ ମିଳିଥିଲା ଯ଼ାହାକି ସେମାନଙ୍କର ଗୋଷ୍ଠୀବଦ୍ଧ ଜୀବନର ଏକ ପ୍ରତିଫଳନ ଲୋକେ ଦେଖିବାକୁ ପାଇଥିଲେ ।

Leave a Reply

Your email address will not be published. Required fields are marked *