କାହିଁକି ଆମେ ଫୁଟଣରେ ସୋରିଷ ପକାଇଥାଉ

ଏମିତି କିଛି ଜିନିଷ ଆମ ଜୀବନ ଶୈଳୀ ସହିତ ରହିଛି ଯ଼ାହାକୁ ଆମେ ଆମ ପୂର୍ବ ପୁରୁଷଙ୍କ ଠାରୁ ସାଧାରଣରେ ଶିଖିଥାଉ କିନ୍ତୁ କେବେବି ପ୍ରଶ୍ନ କରିନଥାଉ। ଯେମିତିକି ଡାଲି ଶିଝେଇ ସାରିବା ପରେ ଛୁଙ୍କ କରିବା ଛୁଙ୍କରେ ସୋରିଷ ଲଙ୍କା ଜିରା ଆଦି ପକାଇବା । ପ୍ରାଚୀନ କାଳରୁ ବହୁ ଗବେଷଣା କରି ଏସବୁ ଜିନିଷକୁ ଆମ ରୋଷେଇରେ ଏସବୁ ଅଳ୍ପ ମାତ୍ରାରେ ପ୍ରତିଦିନ ରଖିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଆଉ ଏସବୁ ଜିନିଷ ଛୋଟ ଲାଗୁଥିଲେ ମଧ୍ୟ ପ୍ରତ୍ୟେକଟିର କିଛି ନା କିଛି ଚମତ୍କାରୀ ଗୁଣ ରହିଛି। ଯେମିତି ଶୋରିଷ। ଶୋରିଷର ଉପକାରିତା ବିଷୟରେ ଅଳ୍ପ ବହୁତ ଆପଣ ଜାଣିଥିବେ ତଥାପି ଆପଣ ଏହାକୁ ପଢ଼ିଲେ ଆହୁରି କିଛି ଜାଣିନେବେ।

1 ଶୋରିଷ କ୍ୟାନସର ପ୍ରତିରୋଧକାରୀ

ଶୋରିଷରେ ରହିଛି ଗ୍ଲୁକୋସିନୋଲେଟସ ଏବଂ ମାଇରୋସିନେଜ ଯାହାକି ଶରୀରରେ କ୍ୟାନସର କୋଷକୁ ବଢ଼ିବାକୁ ଦେଇନଥାଏ। ଏପରିକି ଏହା କ୍ୟାନସର କୋଷ ସୃଷ୍ଟି କରିବାରେ ମଧ୍ୟ ଏହା ପ୍ରତିରୋଧ କରିଥାଏ।

2 ଶୋରିଷରେ ମ୍ୟାଗ୍ନେସିୟମ

ଶୋରିଷରେ ମ୍ୟାଗ୍ନେସିୟମ ଥିବାରୁ ଏହା ରିଉମାଟିଜମ ଥିବା ଲୋକଙ୍କୁ ମଧ୍ୟ ଉପଷମ ପ୍ରଦାନ କରିଥାଏ  । ସେହିପରି ମ୍ୟାଗ୍ନେସିୟମ ଯୋଗୁଁ ମାଇଗ୍ରେନ ରୋଗୀମାନେ ମଧ୍ୟ ଏହାଦ୍ବାରା ଉପଷମ ଲାଭ ପାଇଥାନ୍ତି।  ମାଇଗ୍ରେନ ଆଟାକ ପରିମାଣ ଏହାଦ୍ହାରା କମିଥାଏ। ତେଣୁ ମାଛରେ ଶୋରିଷ ମିଶାଇ ଖାଇଲେ ଓମେଗା ଥ୍ରି  ଶରୀରକୁ ଅଧିକ ପରିମାଣର ମିଳିଥାଏ ।…….

3 କଳାଦାଗ କମିଥାଏ

ଆଖିତଳେ କଳାଦାଗ ଯେଉଁମାନଙ୍କର ପଡୁଥାଏ ସେମାନେ ଅଧିକରୁ ଅଧିକ ଶୋରିଷ ଖାଇବା ଭଲ। ବିଶେଷ କରି ଶୋରିଷକୁ ଖାଦ୍ୟରେ ବଢ଼ାଇବା କିମ୍ବା ଶୋରିଷ ଶାଗ ଖାଇବା ଦ୍ବାରା ସେମାନଙ୍କ ପାଇଁ ଉପକାରିତା ମିଳିଥାଏ।

4 ହଜମ କରାଇଥାଏ

ଶୋରିଷ ଦ୍ବାରା ଆମ ଶରୀରରେ ଖାଦ୍ୟ ହଜମ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ। ସେଇଥିପାଇଁ ଏହାକୁ ପଞ୍ଚ ଫୁଟଣରେ ସ୍ଥାନ ଦିଆଯାଇଛି। ଏହା ଖାଦ୍ୟ ପାକସ୍ଥଳୀରୁ ଖାଦ୍ୟାନ୍ତ୍ରରେ ହଜମ କରାଇ ରକ୍ତରେ ମିଶିବା ପାଇ ସହଜ କରିଥାଏ।

5 ଶୋରିଷ ଚର୍ମରେ ଯୁବାବସ୍ଥା ଆଣେ

ଶୋରିଷ ଚର୍ମର କୋଷିକାକୁ ସତେଜ ରଖିଥାଏ।  କାରଣ ଏଥିରେ ଭିଟାମିନ ଏ ସି ଏବଂ କେ ଅଛି ତେଣୁ ଏଲୋଭେରା ସହିତ ଏହାକୁ ମିଶାଇ ଲଗାଇଲେ ଅଧିକ ସୁଫଳ ମିଳିଥାଏ । ଏହା ସହିତ ଶୋରିଷ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟର କାର୍ଯ୍ୟ କରିଥାଏ।

6 ଶୋରିଷ ତେଲ ବାଳ ଶକ୍ତ କରିଥାଏ

ଶୋରିଷ ତେଲ ଲଗାଇବା ଦ୍ବାରା ଆମ କେଶର ମୂଳ ମଜଭୁତ ହୋଇଥାଏ । ତେଣୁ ବାଳ ଉପୁଡ଼ିନଥାଏ ଏବଂ ଅଧିକ କଳା ରହିଥାଏ। ବିଶେଷ କରି  ଶୋରିଷ ତେଲକୁ ସାମାନ୍ୟ ଉଷୁମ କରି ଆପଣ ନିଜ କେଶରେ ଲଗାଇପାରିବେ ।

ଶୋରିଷର ଅନେକ କିଛି ଉପକାରିତା ରହିଛି ବୋଲି ଆମର ଖାଦ୍ୟ ସହିତ ବିଭିନ୍ନ ବ୍ୟବହାରିକ ସାମଗ୍ରୀରେ ଏହାକୁ ସ୍ଥାନ ଦିଆଯାଇଛି। ଶୁଦ୍ଧ ଶୋରିଷ ଆଣି ସେଥିରୁ ତେଲ ବାହାର କରନ୍ତୁ ଏବଂ ଏହାର ଉପକାର ନିଅନ୍ତୁ।

Leave a Reply

Your email address will not be published. Required fields are marked *