Home India ମହିଳା ଓ ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ସାମ୍ୟତା ଜରୁରୀ କି ?

ମହିଳା ଓ ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ସାମ୍ୟତା ଜରୁରୀ କି ?

0
ମହିଳା ଓ ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ସାମ୍ୟତା ଜରୁରୀ କି ?
4k video footage of businessman and businesswoman advocating for gender equality against a grey studio background

ଭୁବନେଶ୍ଵର, ୦୪/୦୩ : ମାର୍ଚ୍ଚ ୮ରେ ପାଳିନ ହେବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥରର ଥିମ୍‌ ରହିଛି- ‘ଡିଜିଟାଲ୍‌: ସୃଜନଶୀଳତା ଓ ପ୍ରଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା’ । ମିଳିତ ଜାତିସଂଘ  ପରିବର୍ତ୍ତନଶୀଳ ପ୍ରଯୁକ୍ତି ଓ ଡିଜିଟାଲ୍‌ ଶିକ୍ଷା କ୍ଷେତ୍ରରେ ମହିଳା ଓ ଝିଅମାନଙ୍କୁ  ଚାମ୍ପିଆନ୍‌ ହେବା ପାଇଁ ପ୍ରୋତ୍ସାହିତ କରୁଛି । ଲିଙ୍ଗଗତ ସାମ୍ୟତା ସାଙ୍ଗକୁ ମହିଳା ଓ ବାଳିକାମାନଙ୍କୁ ସଶକ୍ତ କରିବା ପାଇଁ ଡିଜିଟାଲ୍‌ ଯୁଗରେ ସୃଜନଶୀଳତା ଓ ପ୍ରଯୁକ୍ତି ଶିକ୍ଷାରେ ପରିବର୍ତ୍ତନ ପାଇଁ ପ୍ରୟାସ । ୨୦୨୩ର ଏହି ଥିମ୍‌ ଡିଜିଟାଲ୍‌ ଦୁନିଆରେ ଥିବା ଲିଙ୍ଗଗତ ପ୍ରଭେଦକୁ ବାହାରକୁ ଆଣିବାରେ ସଫଳ ହୋଇପାରିବ । ସମାଜରେ ଥିବା ଅସମାନତା ଦୂର କରିବା ପାଇଁ ଏହା ଏକ ପ୍ରୟାସ। ଏହି ପ୍ରୋତ୍ସାହନ ଦ୍ୱାରା ଶିକ୍ଷିତ ମହିଳାଙ୍କ ସହ ଦଳିତ ମହିଳାମାନେ ମଧ୍ୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାମିଲ୍‌ ହେବା ସହ ଅଧିକରୁ ଅଧିକ ସୃଜନଶୀଳ  ହୋଇପାରିବେ ।

ଏଥରର ଥିମ୍‌ ଅନୁଯାୟୀ ସାରା ବିଶ୍ୱର ମହିଳାଙ୍କୁ ସୃଜନଶୀଳତା ଓ ପ୍ରଯୁକ୍ତି କ୍ଷେତ୍ରରେ ପୁରୁଷଙ୍କ ସହ ସମାନତା ଆଣିବାର ପ୍ରୟାସ କରାଯାଉଛି । କିନ୍ତୁ ଆମ ଦେଶର ସମ୍ବିଧାନ ପ୍ରତିଷ୍ଠା ଦିନଠାରୁ ସମସ୍ତ ନାଗରିକଙ୍କୁ ସମାନତାର ଅଧିକାର ଦେଇସାରିଛି । ଏହା ସତ୍ତ୍ଵେ ମଧ୍ୟ ଆମ ଦେଶର ମହିଳାମାନେ କ’ଣ ଅନ୍ୟ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ହୋଇଛନ୍ତି କି? ଏପରିକି ଘରେ ଓ ଅଫିସ୍‌ରେ ମଧ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ କାମ ଓ ବେତନକୁ ନେଇ ସାମ୍ୟତା ଆସିସାରିଛି କି ? ଏସବୁ ପରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ଜରୁରି କି? ଚାଲନ୍ତୁ ଜାଣିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା କେତେ ଜରୁରି?

ଋତୁସ୍ରାବ ଛୁଟି ନୀତି, ସାମ୍ୟତା କେତେ ଜରୁରି?

ପ୍ରକୃତି ଶାରିରୀକ ଗଠନ ଦୃଷ୍ଟିରୁ ନାରୀ ଓ ପୁରୁଷଙ୍କ ମଧ୍ୟରେ ପ୍ରଭେଦ ରଖିଛି । ସେଥିପାଇଁ ସେ ନିଜକୁ ସ୍ୱତନ୍ତ୍ର ଭାବିବା ଦରକାର । ସେହି ସ୍ୱତନ୍ତ୍ରତା ପାଇଁ ସ୍ୱାଧୀନତା ମଧ୍ୟ ଦରକାର । ଫେବ୍ରୃଆରୀ ୨୪ରେ ସୁପ୍ରିମକୋର୍ଟ ସାରା ଦେଶରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଋତୁସ୍ରାବ ନିୟମ ଗଠନ ପାଇଁ ଆବେଦନ ଶୁଣାଣି ପାଇଁ ରାଜି ହୋଇଛନ୍ତି । ଋତୁସ୍ରାବଜନିତ ଯନ୍ତ୍ରଣା ପାଇଁ ନିୟମାବଳୀ ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ମାତୃତ୍ୱ ସୁବିଧା ଅଧିନିୟମର ଧାରା ୧୪ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯାଇଥିଲା । ଏହି ମାମଲା ଶୁଣାଣି କରିବାକୁ ରାଜି ହୋଇଥିବା ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଗଠନ କରାଯାଇଥିଲା । ପୂର୍ବରୁ କେତେକ କମ୍ପାନୀ ମହିଳା କର୍ମଚାରୀମାନଙ୍କୁ ପେଡ୍‌ ପିରିୟଡ୍‌ ଛୁଟି ପ୍ରଦାନ କରିସାରିଛନ୍ତି । ବିହାର ଏକମାତ୍ର ରାଜ୍ୟ ଯେଉଁଠାରେ ୧୯୯୨ ନୀତି ଅନୁସାରେ ମହିଳାମାନଙ୍କୁ ୨ ଦିନିଆ ଋତୁସ୍ରାବଜନିତ ଛୁଟି ପ୍ରଦାନ କରାଯାଇଥିଲା ।

ପ୍ରଯୁକ୍ତି ଓ ଟୋକ୍ନୋଲୋଜିରେ ନାରୀ ପୁରୁଷଙ୍କଠାରୁ ଆଗରେ :

ପୂର୍ବରୁ ଭ୍ରାନ୍ତ ଧାରଣା ରହିଆସିଥିଲା ଯେ ମହିଳାମାନେ ଟେକ୍ନୋଲୋଜି, ପ୍ରଯୁକ୍ତି ଓ  ଗଣିତରେ ପୁରୁଷଙ୍କଠାରୁ ପଛୁଆ । ଏହା ଆଦୌ ଠିକ୍‌ ନୁହେଁ, ପ୍ରମାଣିତ ହୋଇସାରିଛି ।  ବରଂ ଏହି କ୍ଷେତ୍ରରେ ନାରୀଟିଏ ପୁରୁଷଙ୍କଠାରୁ ଖୁବ୍‌ ଆଗରେ । ଅବଶ୍ୟ ଏଥିପାଇଁ  ତାକୁ ସୁଯୋଗ ମିଳିବା ଦରକାର । ପୂର୍ବରୁ ସେମାନଙ୍କ ପାଖରେ ଯଥେଷ୍ଟ ସୁଯୋଗ  ନଥିବାରୁ ସେମାନେ ନିଜକୁ ପ୍ରମାଣିତ କରିପାରୁ ନଥିଲେ । ତେଣୁ ଝିଅମାନଙ୍କୁ କଳା ବିଭାଗରେ ପାଠ ପଢିବା ସହ  ପରିବାରକୁ ସୁହାଇବା ପରି ଚାକିରି କରୁଥିଲେ । କୌଣସି ଚ୍ୟାଲେଞ୍ଜିଂ ବା ମୁଣ୍ଡ ଖଟାଇବା ପରି ଚାକିରି କରିବାକୁ  ସୁଯୋଗ ଦିଆଯାଉ ନଥିଲା । ତେଣୁ ସେମାନଙ୍କର ଭାବନା ସୀମିତ ରହୁଥିଲା । କିନ୍ତୁ ସମୟକ୍ରମେ ଝିଅମାନେ ବିଜ୍ଞାନ,  ପ୍ରଯୁକ୍ତି ଓ ଟେକ୍ନୋଲୋଜିରେ ପାଠ ପଢିଲେ ଆଉ ନିଜକୁ ପୁରୁଷଙ୍କଠାରୁ ଅଧିକ ସମର୍ଥ ବୋଲି ମଧ୍ୟ ପ୍ରମାଣିତ  କରିଚାଲିଛନ୍ତି । ସେତେବେଳେ ପ୍ରାୟ ଝିଅଙ୍କ ପାଖରେ ଅଧିକ ପଢିବାର ସୁଯୋଗ ନଥିଲା । ନାରୀ ପ୍ରଗତି ପଥରେ  ଆଗେଇ ଚାଲିବା ବେଳେ ସାମାଜିକ ଓ ପାରିପାଶ୍ୱିର୍କ ପରିସ୍ଥିତି ମଧ୍ୟ ଦାୟୀ । ପୂର୍ବରୁ ନାରୀଟିଏ ପରିବାର ପାଇଁ ବହୁ  ସନ୍ତାନ ଜନ୍ମ କରି ସେମାନଙ୍କ ଦାୟିତ୍ୱ ତୁଲାଇବା ଭିତରେ ବୟସର ଅପରାହ୍ନରେ ପହଞ୍ଚି ଯାଉଥିଲା । କିନ୍ତୁ ଏବେ  ଗୋଟିଏ ଦୁଇଟି ସନ୍ତାନ ଜନ୍ମ ପରେ ତା’ ପାଖରେ ଯଥେଷ୍ଟ ସମୟ ରହୁଛି, ତେଣୁ ସେ ନିଜକୁ ପ୍ରମାଣିତ କରିବାର  ସୁଯୋଗ ପାଇପାରିଛି ।

LEAVE A REPLY

Please enter your comment!
Please enter your name here