ବେଶର୍ମ ରଙ୍ଗ ଗୀତରେ ଚାରଚାନ୍ଦ ଲଗାଇଦେଲେ ଏହି ଯୁବତୀ, ୟୁଜର କହିଲେ ଦୀପିକାଙ୍କର ହୋଇଯିବ ଛୁଟି…

ନୂଆଦିଲ୍ଲୀ, ୨୩/୦୩ : ସେ ‘ପଠାନ’ ହେଉ କିମ୍ବା ତାର ଗୀତ ‘ବେସରମ ରଙ୍ଗ’, ନିକଟ ଅତୀତରେ ଉଭୟ ଖୁବ୍ ବିବାଦରେ ଥିଲେ। ହେଲେ ଏବେ ପଠାନ ସହ ଏହାର ଗୀତକୁ ଖୁବ୍ ଭଲପାଇବା ମିଳିଛି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ସିଜଲିଂ ଲୁକ୍ ଏବଂ କାତିଲ ଅନ୍ଦାଜ ସମସ୍ତଙ୍କୁ ପାଗଳ କରିଦେଇଛି। ଏବେ ସୋସିଆଲ ମିଡିଆରେ ଏହି ଗୀତରେ ବିଭିନ୍ନ ରିଲ୍ସ ଦେଖିବାକୁ ମିଳିଛି। ଏହି ଗୀତରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। ଯୁବତୀ ଜଣଙ୍କ ଦୀପିକାଙ୍କ ଅନ୍ଦାଜରେ ହୋସ୍ ଉଡାଇ ଦେଲା ଭଳି ଡାନ୍ସ କରୁଛନ୍ତି।

ଇନଷ୍ଟାଗ୍ରାମରେ manishasati17 ନାମକ ପେଜ୍‌ରେ ଜଣେ ଯୁବତୀ ଏକ ଧମାକାଦାର୍ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ କଳା ରଙ୍ଗରେ ଡ୍ରେସ୍ ପିନ୍ଧିଛନ୍ତି। ସେ ଦୀପିକାଙ୍କ ଭଳି ଅବିକଳ ଡାନ୍ସ କରୁଛନ୍ତି। ତାଙ୍କର ଡାନ୍ସ ଷ୍ଟେପ୍ ସମସ୍ତଙ୍କୁ ଘାଇଲା କରିଛି। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କିଛି ୟୁଜର ଲେଖିଛନ୍ତି ଯେ, ଯଦି ଦୀପିକାଙ୍କ ଜାଗାରେ ତୁମେ ଥାନ୍ତ ତେବେ ଏହି ଭିଡିଓ ଏଯାବତ୍ ୩୦୦ ମିଲିୟନ ଭ୍ୟୁଜ୍ ଛୁଇଁ ସାରନ୍ତାଣି।

Leave a Reply

Your email address will not be published. Required fields are marked *