ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍ ଦେଖାଯିବା ପାଇଁ କେବଳ ଡିଜାଇନର୍ ଆଉଟଫିଟ୍ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍କୁ ଷ୍ଟାଇଲିଶ୍ ଲୁକ୍ ଦେଇଥାଏ । ଷ୍ଟାଇଲିଶ୍ ଲୁକ୍ ଚାହୁଁଥିଲେ ସ୍ୟାଣ୍ଡେଲିଅର୍ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍ କାନଫୁଲକୁ କିପରି ଷ୍ଟାଇଲାଇଜ୍ କରିବେ ଜାଣନ୍ତୁ ।
ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ । ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା ଉଚିତ । ନହେଲେ ଲୁକ୍ ଖରାପ ହୋଇଯିବ । ଏହା ଆକାରରେ ବଡ଼ ହୋଇଥିବାରୁ ଲୁକ୍କୁ ଷ୍ଟେଟମେଣ୍ଟ୍ ଟଚ୍ ଦେଇଥାଏ । ସେଥିପାଇଁ ଯଦି ଆପଣ ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ ଷ୍ଟାଇଲ୍ କରୁଛନ୍ତି ତା’ହେଲେ ଏହା ସହିତ କୌଣସି ଓଜନିଆ ନେକ୍ପିସ୍ ପିନ୍ଧନ୍ତୁ ନାହିଁ । ଏହା ବଦଳରେ କେବଳ ଚୁଡି କିମ୍ବା ବ୍ରେସଲେଟ୍ ପିନ୍ଧିପାରିବେ ।
ଆଜିକାଲି ବଜାରରେ ବିଭିନ୍ନ ଆକାର, ଷ୍ଟାଇଲ ଏବଂ ପ୍ୟାଟର୍ନର ସ୍ୟାଣ୍ଡେଲିଅର୍ କାନଫୁଲ ମିଳୁଛି । କିନ୍ତୁ ସବୁ ପ୍ରକାର ସ୍ୟାଣ୍ଡେଲିଅର୍ କାନଫୁଲ ଆପଣଙ୍କ ଚେହେରାକୁ ଭଲ ମାନି ନପାରେ । ସେଥିପାଇଁ ସ୍ୟାଣ୍ଡେଲିଅର୍ କାନଫୁଲ କିଣିବା ସମୟରେ ନିଜ ଚେହେରାକୁ ଧ୍ୟାନରେ ରଖି କିଣନ୍ତୁ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ମୁହଁ ଗୋଲାକୃତି ଏବଂ ଚର୍ବିଯୁକ୍ତ, ତା’ହେଲେ ଏମିତି ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ ବାଛନ୍ତୁ ଯାହା ଲମ୍ବା ହୋଇଥିବ । ଏହା ମୁହଁକୁ ପତଳା ଏବଂ ଲମ୍ବା ଦେଖାଯିବାର ଭ୍ରମ ସୃଷ୍ଟି କରିପାରିବ । ଯଦି ଚେହେରା ଡିମ୍ବାକୃତି ହୋଇଥାଏ ତେବେ ବିଭିନ୍ନ ଡିଜାଇନ୍ ଏବଂ ପ୍ୟାଟର୍ନର ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ ଏକ୍ସପେରିମେଣ୍ଟ କରିପାରିବେ ।
ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ ଏଥନିକ୍ ଆଉଟଫିଟ୍ ସହିତ ସବୁଠୁ ଭଲ ମାନିଥାଏ । ଏହା ବ୍ୟତୀତ ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ ଷ୍ଟାଇଲ କରିବା ସମୟରେ ଆଉଟଫିଟ୍ କଲର୍ ଏବଂ ପ୍ୟାଟର୍ନ ପ୍ରତି ମଧ୍ୟ ନଜର ଦେବା ଦରକାର । ବୋଲ୍ଡ ଏବଂ ସଲିଡ୍ କଲର ଆଉଟଫିଟ୍ ସହିତ ରଙ୍ଗୀନ ଏବଂ ଉଜ୍ଜ୍ୱଳ ରଙ୍ଗର ସ୍ୟାଣ୍ଡେଲିଅର ଇଅରିଙ୍ଗସ୍ ଷ୍ଟାଇଲ କରିପାରିବେ । ଅନୁଷ୍ଠାନ ଅନୁସାରେ ଷ୍ଟାଇଲ୍ ସ୍ୟାଣ୍ଡେଲିଅର୍ ଇଅରିଙ୍ଗସ୍ କାଜୁଆଲ୍ରୁ ପାର୍ଟି ଲୁକ୍ ସବୁଥିରେ ପିନ୍ଧିପାରିବେ ।