ଚୁମ୍‌କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା

ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍‌କି ଶାଢି ଖୁବ୍‌ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍‌କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍‌ ସଫ୍ଟନର୍‌ ବା ବ୍ଲିଚ୍‌ର ବ୍ୟବହାର କରନ୍ତୁ ନାହିଁ । ଚୁମ୍‌କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ ।

ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍‌ରେ ନାହିଁ । କିନ୍ତୁ ପ୍ରାୟ ମହିଳାଙ୍କ ୱେଡରୋବ୍‌ରେ ଏହା ଏବେ ବି ମଜଜୁଦ୍‌ । ଅବଶ୍ୟ ଏହି ଶାଢି କିଛି ମହିଳାଙ୍କୁ ଖୁବ୍‌ ସୁନ୍ଦର ଲାଗିଥାଏ । ଏମିତି କିଛି ମହିଳା ଅଛନ୍ତି, ଯାହାଙ୍କର ପ୍ରଥମ ପସନ୍ଦ ଚୁମ୍‌କି ଶାଢି । କୌଣସି ପୋଷାକ ପିନ୍ଧିବା ପରେ ଏହାକୁ ସଫା କରିବାକୁ ପଡିଥାଏ । କାରଣ କେବେ କେବେ ସେଥିରେ ଦାଗ ଲାଗିବା ସହ ଅସନା ମଧ୍ୟ ଆସିଥାଏ । ତଥାପି ଚୁମ୍‌କି ଶାଢିକୁ ଘରେ ସଫା କରିପାରିବେ ।

କେମିତ କରିବେ ସଫା : ଚୁମ୍‌କି ଶାଢିକୁ ସାମ୍ପୋ ବା ଲିକ୍ୱିଡ୍‌ ଡିଟରଜେଣ୍ଟରେ ସଫା କରିପାରିବେ । ଚୁମ୍‌କି ଶାଢିକୁ ମାତ୍ର ୫ରୁ ୭ ମିନିଟ୍‌ ଯାଏ ଡିଟର୍‌ଜେଣ୍ଟ ପାଣିରେ ଭିଜାଇ ସଫା କରି ନିଅନ୍ତୁ । ଏହି ଶାଢିକୁ ଚିପୁଡନ୍ତୁ ନାହିଁ ବରଂ ପାଣି ଛାଡିବାକୁ କିଛି ସମୟ ପାଇଁ ତାରରେ ଝୁଲାଇ ଦିଅନ୍ତୁ ।

କେମିତି ଶୁଖାଇବେ : ଚୁମ୍‌କି ଶାଢିକୁ ୱାଶିଂ ମେସିନ୍‌ର ଡ୍ରାୟର୍‌ରେ ପକାନ୍ତୁ ନାହିଁ । ନଚେତ୍‌ ଶାଢି ଲୋଚାକୋଚା ହେବା ସହ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଥାଏ । ଯଦି ଶାଢିରେ କୌଣସି ଦାଗ ଲାଗିଥାଏ, ତେବେ ପୁରା ଶାଢି ପରିବର୍ତ୍ତେ କେବଳ ଦାଗ ଲାଗିଥିବା ସ୍ଥାନକୁ ହିଁ ସଫା କରନ୍ତୁ । କୌଣସି କେମିକାଲ୍‌ ବ୍ୟବହାର କରନ୍ତୁ ନାହିଁ । ପ୍ରାକୃତିକ ଉପାୟରେ ଲେମ୍ବୁ ବା ବେକିଂ ସୋଢାରେ ଦାଗ ଛଡାଇବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *