ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ପିନ୍ଧନ୍ତୁ ସ୍ୟାଣ୍ଡେଲିଅର୍‌ କାନଫୁଲ

ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍‌ ଦେଖାଯିବା ପାଇଁ କେବଳ ଡିଜାଇନର୍‌ ଆଉଟଫିଟ୍‌ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍‌ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍‌କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥିଲେ ସ୍ୟାଣ୍ଡେଲିଅର୍‌ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍‌ କାନଫୁଲକୁ କିପରି ଷ୍ଟାଇଲାଇଜ୍‌ କରିବେ ଜାଣନ୍ତୁ ।

ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ ।  ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା  ଉଚିତ । ନହେଲେ ଲୁକ୍‌ ଖରାପ ହୋଇଯିବ ।  ଏହା ଆକାରରେ ବଡ଼ ହୋଇଥିବାରୁ ଲୁକ୍‌କୁ  ଷ୍ଟେଟମେଣ୍ଟ୍‌ ଟଚ୍‌ ଦେଇଥାଏ । ସେଥିପାଇଁ ଯଦି  ଆପଣ ସ୍ୟାଣ୍ଡେଲିଅର୍‌ ଇଅରିଙ୍ଗସ୍‌ ଷ୍ଟାଇଲ୍‌ କରୁଛନ୍ତି  ତା’ହେଲେ ଏହା ସହିତ କୌଣସି ଓଜନିଆ ନେକ୍‌ପିସ୍‌  ପିନ୍ଧନ୍ତୁ ନାହିଁ । ଏହା ବଦଳରେ କେବଳ ଚୁଡି କିମ୍ବା  ବ୍ରେସଲେଟ୍‌ ପିନ୍ଧିପାରିବେ । 

ଆଜିକାଲି ବଜାରରେ ବିଭିନ୍ନ ଆକାର, ଷ୍ଟାଇଲ ଏବଂ  ପ୍ୟାଟର୍ନର ସ୍ୟାଣ୍ଡେଲିଅର୍‌ କାନଫୁଲ ମିଳୁଛି ।  କିନ୍ତୁ ସବୁ ପ୍ରକାର ସ୍ୟାଣ୍ଡେଲିଅର୍‌ କାନଫୁଲ  ଆପଣଙ୍କ ଚେହେରାକୁ ଭଲ ମାନି ନପାରେ ।  ସେଥିପାଇଁ ସ୍ୟାଣ୍ଡେଲିଅର୍‌ କାନଫୁଲ କିଣିବା  ସମୟରେ ନିଜ ଚେହେରାକୁ ଧ୍ୟାନରେ ରଖି କିଣନ୍ତୁ ।  ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ମୁହଁ ଗୋଲାକୃତି  ଏବଂ ଚର୍ବିଯୁକ୍ତ, ତା’ହେଲେ ଏମିତି ସ୍ୟାଣ୍ଡେଲିଅର୍‌  ଇଅରିଙ୍ଗସ୍‌ ବାଛନ୍ତୁ ଯାହା ଲମ୍ବା ହୋଇଥିବ ।  ଏହା ମୁହଁକୁ ପତଳା ଏବଂ ଲମ୍ବା  ଦେଖାଯିବାର ଭ୍ରମ ସୃଷ୍ଟି କରିପାରିବ ।  ଯଦି ଚେହେରା ଡିମ୍ବାକୃତି ହୋଇଥାଏ  ତେବେ ବିଭିନ୍ନ ଡିଜାଇନ୍‌ ଏବଂ  ପ୍ୟାଟର୍ନର ସ୍ୟାଣ୍ଡେଲିଅର୍‌ ଇଅରିଙ୍ଗସ୍‌  ଏକ୍ସପେରିମେଣ୍ଟ କରିପାରିବେ । 

ସ୍ୟାଣ୍ଡେଲିଅର୍‌ ଇଅରିଙ୍ଗସ୍‌ ଏଥନିକ୍‌ ଆଉଟଫିଟ୍‌  ସହିତ ସବୁଠୁ ଭଲ ମାନିଥାଏ । ଏହା ବ୍ୟତୀତ  ସ୍ୟାଣ୍ଡେଲିଅର୍‌ ଇଅରିଙ୍ଗସ୍‌ ଷ୍ଟାଇଲ କରିବା ସମୟରେ  ଆଉଟଫିଟ୍‌ କଲର୍‌ ଏବଂ ପ୍ୟାଟର୍ନ ପ୍ରତି ମଧ୍ୟ ନଜର  ଦେବା ଦରକାର । ବୋଲ୍ଡ ଏବଂ ସଲିଡ୍‌ କଲର  ଆଉଟଫିଟ୍‌ ସହିତ ରଙ୍ଗୀନ ଏବଂ ଉଜ୍ଜ୍ୱଳ ରଙ୍ଗର  ସ୍ୟାଣ୍ଡେଲିଅର ଇଅରିଙ୍ଗସ୍‌ ଷ୍ଟାଇଲ କରିପାରିବେ ।  ଅନୁଷ୍ଠାନ ଅନୁସାରେ ଷ୍ଟାଇଲ୍‌ ସ୍ୟାଣ୍ଡେଲିଅର୍‌ ଇଅରିଙ୍ଗସ୍‌ କାଜୁଆଲ୍‌ରୁ ପାର୍ଟି ଲୁକ୍‌  ସବୁଥିରେ ପିନ୍ଧିପାରିବେ ।

Leave a Reply

Your email address will not be published. Required fields are marked *