ସହଜ ନଥିଲା ହ୍ୱିଲ ଚେୟାରରୁ OAS ହେବାର ଯାତ୍ରା, OASରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶୁଚିସ୍ମିତା ପାଣିଗ୍ରାହୀ

ଭୁବନେଶ୍ଵର, ୦୪/୦୮ : ସହଜ ନଥିଲା ହ୍ୱିଲ ଚେୟାରରୁ OAS ହେବାର ଯାତ୍ରା । କଠିନ ପରିସ୍ଥିତିରେ ବି ହାର୍ ମାନି ନଥିଲେ ଶୁଚିସ୍ମିତା। ଦୃଢ ମନୋବଳ ଯୋଗୁଁ ସେ ପାଇଛନ୍ତି ସଫଳତା। OASରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଆଖଣ୍ଡଳମଣି ସାହିର ଶୁଚିସ୍ମିତା ପାଣିଗ୍ରାହୀ।

ଶୁଚିସ୍ମିତାଙ୍କ ବାପା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ମାଆ ଜଣେ ଶିକ୍ଷୟିତ୍ରୀ। ଶୁଚିସ୍ମିତା ପ୍ଲସ ଟୁ ପଢିବା ପରେ ଭୁବନେଶ୍ଵରରେ ରହି ବିଇଡି କରିଥିଲେ। ଏହାପରେ କର୍ଣ୍ଣାଟକ ସେଣ୍ଟ୍ରାଲ ୟୁନିଭରସିଟିରୁ ଏମଏସସି ସାରି OAS ପାଇଁ ପ୍ରସ୍ତୁତି କରୁଥିଲେ। ଇଣ୍ଟରଭ୍ୟୁ ପୂର୍ବରୁ ଶୁଚିସ୍ମିତାଙ୍କର ହୋଇଥିଲା ବଡ଼ ଦୁର୍ଘଟଣା । ହେଲେ ସେ ହାର ମାନିନଥିଲେ। ହ୍ୱିଲ ଚେୟାରରେ ଯାଇ ସେ ଇଣ୍ଟର୍ଭ୍ୟୁ ଦେଇଥିଲେ। ଅନେକ ଦୁଃଖ, ଝଡ଼, ଝଞ୍ଜା ସହି ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଏବେ ସେ ଚିକିତ୍ସାଧିନ ଅଛନ୍ତି। ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବା ପରେ ସେ ନାରୀ ସଶକ୍ତିକରଣ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ସେ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *