ଘୁଞ୍ଚିଲା ଯୁକ୍ତ ୩ ଓ ପିଜି ନାମଲେଖା ତାରିଖ, ଅଗଷ୍ଟ ୫ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର, ୦୪/୦୮ : ବର୍ଷାଜନିତ ଖରାପ ପାଣିପାଗ ପାଇଁ ଯୁକ୍ତ ୩ ଓ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ଓ ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖାର ଶେଷ ତାରିଖ ଗତକାଲି ଅର୍ଥାତ୍‌ ଅଗଷ୍ଟ ୨ ତାରିଖ ରହିଥିଲା । ମାତ୍ର ଲଗାଣ ବର୍ଷା ପାଇଁ ଅନେକ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହାକୁ ଆଖିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇଥିଲା । ଏଥିର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୯ରୁ ଅଗଷ୍ଟ ୨ତାରିଖ ମଧ୍ୟରେ ନାମଲେଖାଇବେ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା । ମାତ୍ର ଲଗାଣ ବର୍ଷାକୁ ଆଖିରେ ରଖି ଅଗଷ୍ଟ ୫ତାରିଖକୁ ଘୁଞ୍ଚାଯାଇଛି । ସେହିପରି ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୮ ତାରିଖ ମେଧା ତାଲିକା ପ୍ରକାଶ ପାଇଥିଲା । ଏଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୩୧ ଜୁଲାଇରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ନାମଲେଖାଇବାକୁ ସମୟ ଦିଆଯାଇଥିଲା । ବର୍ଷା ପାଇଁ ନାମଲେଖା ତାରିଖର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖାର ସୁଯୋଗ ଦିଆଯିବ । ଏପରିକି ସଂଧ୍ୟା ୭ଟାସୁଦ୍ଧା ପିଲାଙ୍କ ତଥ୍ୟକୁ ସଂଧ୍ୟା ୭ଟା ସୁଦ୍ଧା ଅପଲୋଡ୍‌ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *