୮୮ ବର୍ଷରେ ବ୍ୟବସାୟ କରୁଛନ୍ତି ପଦ୍ମା ପାରିଖ, ଦେଶ ବିଦେଶରେ ବିକ୍ରି ହେଉଛି ପ୍ରଡକ୍ଟ

ଭୁବନେଶ୍ଵର, ୨୦/୦୩ : ଅହମ୍ମଦାବାଦର ୮୮ ବର୍ଷୀୟା ପଦ୍ମା ପାରିଖ। ବୟସର ଅପରାହ୍ଣରେ ବି ଥକି ଯାଇ ନାହାଁନ୍ତି। ସେ ଦିନକୁ ୪ ରୁ ୫ ଘଣ୍ଟା ପରିଶ୍ରମ କରି ହସ୍ତକଳା ବ୍ୟବସାୟ କରୁଛନ୍ତି। ପିଲାଦିନରୁ ତାଙ୍କର ହସ୍ତକଳା ପ୍ରତି ରୁଚି ରହିଛି। ତାଙ୍କ ହାତ ତିଆରି ଜିନିଷର ଚାହିଦା ଦେଶ ବିଦେଶରେ ରହିଛି। କାନାଡ଼ା, ଆମେରିକା, ଜାପାନ ସମେତ ୧୦ଟି ଦେଶରେ ତାଙ୍କର ଜିନିଷ ବିକ୍ରି ହେଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଗୋଟିଏ ଆଖିରେ ଦେଖି ପାରନ୍ତି ନାହିଁ। ଏହା ସହ ତାଙ୍କର ଆଣ୍ଠୁ ଗଣ୍ଠି ବାତ ରହିଛି।

ସେ ଅଦରକାରୀ ଜିନିଷକୁ ବ୍ୟବହାର ଉପଯୋଗୀ କରୁଛନ୍ତି। ତାଙ୍କର ଏହି ପ୍ରତିଭାକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ତାଙ୍କର ନାତୁଣୀମାନେ ୨୦୧୯ରେ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଲେ। ୨୦୨୦ରେ ଲକଡାଉନ ସମୟରେ ସେମାନେ ଏହାର ଭିଡିଓ ଓ ଫଟୋ ପୋଷ୍ଟ କରିଚାଲିଲେ। ଏହାପରେ ପଦ୍ମା ଦାଦିଙ୍କୁ ଇନଷ୍ଟାଗ୍ରାମରୁ ଅର୍ଡର ଆସିବା ଆରମ୍ଭ ହେଲା। ଆପଣ ମଧ୍ୟ ଇନଷ୍ଟାଗ୍ରାମରୁ ତାଙ୍କ ପ୍ରଡକ୍ଟ କିଣିପାରିବେ।

Leave a Reply

Your email address will not be published. Required fields are marked *