ମାତ୍ର ୧୫ ଦିନରେ ରୋଜଗାର କରିଥିଲେ ଏକ ହଜାର କୋଟି, ଜାଣନ୍ତୁ କିଏ ଏହି ମହିଳା ?

ନୂଆଦିଲ୍ଲୀ, ୧୭/୦୩ : ଅନେକ ଭାରତୀୟ ଭେଟେରାନ ବ୍ୟବସାୟୀ ସାରା ବିଶ୍ୱରେ ବ୍ୟବସାୟ ବିସ୍ତାର କରୁଛନ୍ତି ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ଭେଟେରାନ୍ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କ ନାମ କିଏ ବା ନଜାଣେ। ସେ ଜଣେ ନିବେଶକ ଏବଂ ଷ୍ଟକ୍ ବ୍ୟବସାୟୀ ଥିଲେ। କିନ୍ତୁ ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ମଧ୍ୟ କମ୍ ନୁହଁନ୍ତି। ନିକଟରେ ସେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏକ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି। ଆସନ୍ତୁ ଜାଣିବା ରେଖା ଝୁନଝୁନୱାଲା କିଏ ? ତାଙ୍କ ଜୀବନର ପରିଚୟ ଏବଂ ସଫଳତା ବିଷୟରେ।

ରେଖା ଝୁନଝୁନୱାଲା ସ୍ୱର୍ଗତ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ। ଗତ ବର୍ଷ ରାକେଶଙ୍କ ଦେହାନ୍ତ ହୋଇଛି। ‘ବିରଳ ଏଣ୍ଟରପ୍ରାଇଜେସ୍’ ନାମକ ଏକ କମ୍ପାନୀର ମାଲିକ ରାକେଶ ଝୁନଝୁନୱାଲା ଥିଲେ। ତାଙ୍କର ଟାଟା ଗ୍ରୁପ୍ କମ୍ପାନୀ ଟାଇଟନ୍‌ରେ ସେୟାର ଥିଲା। ଏଥିସହିତ ତାଙ୍କ ପତ୍ନୀ ରେଖାଙ୍କର ମଧ୍ୟ ଟାଇଟନ କମ୍ପାନୀର ସେୟାର ରହିଛି। ରାକେଶ ଟାଇଟନ କମ୍ପାନୀରେ ୩.୮୫ ପ୍ରତିଶତ ଅଂଶଧନ ଏବଂ ରେଖା ୧.୬୯ ପ୍ରତିଶତ ଅଂଶଧନ ରହିଛି। ମିଳିତ ଭାବେ ଉଭୟଙ୍କ ସେୟାର ୫ ପ୍ରତିଶତରୁ ଅଧିକ ରହିଛି।

ସମ୍ପ୍ରତି, ରେଖା ଟାଇଟନ କମ୍ପାନୀର ସେୟାରରେ ବେଟିଂ କରି ଏକ ହଜାର କୋଟି ରୋଜଗାର କରିଛନ୍ତି। ଏତେ ପରିମାଣର ରୋଜଗାର କରିବାକୁ ତାଙ୍କୁ ମାତ୍ର ୧୫ ଦିନ ଲାଗିଲା। ଫେବୃଆରୀ ୨ରେ, ଟାଇଟନ କମ୍ପାନୀର ସେୟାର ମୂଲ୍ୟ ୨୩୧୦ ଟଙ୍କା ଥିଲା, ଯାହା ୨୫୩୪ ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଦୁଇ ସପ୍ତାହ ମଧ୍ୟରେ ସେୟାର ମୂଲ୍ୟ ୨୨୫ ଟଙ୍କା ବୃଦ୍ଧି ପାଇଥିଲା। ରେଖାଙ୍କର ମୋଟ ୫.୧୭ ପ୍ରତିଶତ ଅଂଶଧନ ଥିଲା, ଅର୍ଥାତ୍ ସମୁଦାୟ ୪ କୋଟି ୫୮ ଲକ୍ଷ ୯୫ ହଜାର ୯୭୦ ସେୟାର ଥିଲା। ସେୟାର ପିଛା ୨୨୫ ଟଙ୍କା ବୃଦ୍ଧି ପରେ ତାଙ୍କ ସେୟାର ମୂଲ୍ୟ ଏକ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଲା।

ରାକେଶ ଝୁନଝୁନୱାଲାଙ୍କ ନିବେଶ କମ୍ପାନୀ ବିରଳ ଏଣ୍ଟରପ୍ରାଇଜେସ୍ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଅଛି। ରାକେଶ ୧୯୮୫ରେ ପାଞ୍ଚ ହଜାର ଟଙ୍କା ସହିତ ଷ୍ଟକ୍ ମାର୍କେଟରେ ବିନିଯୋଗ କରିଥିଲେ ଏବଂ ୩୭ ବର୍ଷରେ ୫.୮ ବିଲିୟନ ଡ଼ଲାର୍ ଅର୍ଥାତ୍ ୪୬ ହଜାର କୋଟି ସମ୍ପତ୍ତି କରିଥିଲେ। ତାଙ୍କର ସବୁଠାରୁ ବଡ ଲାଭ ଟାଟା କମ୍ପାନୀର ଷ୍ଟକ୍ ଟାଇଟନରୁ ଆସିଥିଲା। ୨୦୧୭ ମସିହାରେ ମଧ୍ୟ ଟାଇଟନର ଦ୍ରୁତ ଅଭିବୃଦ୍ଧି ହେତୁ ସେ ଗୋଟିଏ ଦିନରେ ୯୦୦ କୋଟି ଟଙ୍କା ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *