ଗଣେଶ ପୂଜା ପାଇଁ ନିୟମାବଳୀ-ଦେଖନ୍ତୁ କଣ କରିବେ କଣ ନାହିଁ

ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରୀଗଣେଶ ପୂଜା କେମିତି ପାଳନ କରାଯ଼ିବ ସେନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ BMC ଗାଇଡଲାଇନ୍ ଜାରି କରିଛି । COVID-19 ପ୍ରୋଟୋକଲ ଅନୁସାରେ ଭୁବନେଶ୍ବରବାସୀ ଗଣେଶପୂଜାର ଆୟୋଜନ କରିବେ । ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି କିନ୍ତୁ ଏଥିରେ କିଛି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତସବୁ ପାଳନ କରିବା ଲାଗି କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

1 ମଣ୍ଡପରେ ପୂଜା କରିବା ପାଇଁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଠାରୁ ଅନୁମତି ନେବାକୁ ପଡିବ

2  ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ

3 ପୂଜା କମିଟି ଓ ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କଟକଣା ମାନିବେ

4 କେବଳ ରୀତିନୀତି ପାଇଁ ଗଣେଶ ପୂଜା କରାଯିବ

5 ପୂଜା ପାଇଁ ପ୍ରସ୍ତୁତ ମଣ୍ଡପ ବା ପେଣ୍ଡାଲଙ୍କୁ ତିନି ପାର୍ଶ୍ୱରେ ଆବଦ୍ଧ କରାଯ଼ିବ । କେବଳ ଗୋଟିଏ ପାର୍ଶ୍ୱ ହିଁ ଖୋଲା ରହିବ

6 ମୂର୍ତ୍ତି ଆକାର ୪ ଫୁଟରୁ ବେଶୀ ହେବ ନାହିଁ

7 ପୂଜା ସମୟରେ ପେଣ୍ଡାଲକୁ 7 ରୁ ଅଧିକ ବ୍ୟକ୍ତି ରହିପାରିବେ ନାହିଁ

8 ଉପସ୍ଥିତ ସମସ୍ତେ କରୋନା ପ୍ରୋଟୋକଲ ପାଳନ କରିବେ

9  ଆୟୋଜକମାନେ ନିଶ୍ଚିତ କରିବେ ଯେ ପୂଜାପାଠ ପାଳନ ପାଇଁ କେବଳ ଡବଲ ଡୋଜ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ

10 ମୂର୍ତ୍ତି ବିସର୍ଜନ ବିଏମସି ଦ୍ୱାରା ହେବାକୁ ଥିବା କୃତ୍ରିମ ପୋଖରୀରେ କରାଯିବ

11 ଶିକ୍ଷାନୁଷ୍ଠାନ / କୋଚିଂ ସେଣ୍ଟରରେ ଗଣେଶ ପୂଜା ମଧ୍ୟ ଏହିସବୁ ନିୟମ ପାଳନ କରିବାକୁ ହେବ

12 ସର୍ବାଧିକ ଅଂଶଗ୍ରହଣକାରୀ ସଂଖ୍ୟା ୨୦ ମଧ୍ୟରେ ରହିବ

13 ପୂଜା ବେଳେ ଭୋଜିଭାତ ଆୟୋଜନ କିମ୍ବାପ୍ରସାଦ ସେବନକୁ ଅନୁମତି ଦିଆଯିବ ନାହିଁ

ବିଏମସି ଭଳି ରାଜ୍ୟର ଅନ୍ୟସ୍ଥାନରେ ମଧ୍ୟ ଅନୁରୂପ ନିୟମ ଆସିବାର ସମ୍ଭାବନା ରହିଛି । କରୋନା ନିୟମ ଅନୁସାରେ ରାଜ୍ୟରେ ପୂଜା କରିବା ଲାଗି ପୂର୍ବରୁ ରାଜ୍ୟ ସରକାର ଅଲଗା ପ୍ରୋଟୋକଲ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *