ହରିଶଙ୍କର ନୃସିଂହନାଥ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବ

ବଲାଙ୍ଗିର ଜିଲାର ପ୍ରସିଦ୍ଧ ଶୈବପୀଠ ଓ ବରଗଡ ଜିଲାର ନୃସିଂହନାଥ ମନ୍ଦିରର ପାରିପାଶ୍ବିକ ବିକାଶ ସହିତ ସେଠାକୁ ସବୁଦିନିଆ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉନ୍ନୟନ କାମ ୨୦୨୨ ଡିସେମ୍ବର ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି ।

ଉଭୟ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସାଂସ୍କୃତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି । ଜୈବ ବିବିଧତାକୁ ମଧ୍ୟ ସମାନୁପାତ ଭାବେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଛି। ବିକ୍ରୟ କେନ୍ଦ୍ର, ପାର୍କିଂ, ପର୍ଯ୍ୟଟକଙ୍କ ସୁବିଧା, ବନଷୌଧି କେନ୍ଦ୍ର, ଶିଶୁ ଉଦ୍ୟାନ, ବଣଭୋଜି ସ୍ଥଳ, ଧର୍ମଶାଳା, ଭୋଗ ମଣ୍ଡପ ଭଳି ବିଭିନ୍ନ କ୍ଷେତ୍ରର ବିକାଶ ନେଇ ବୈଠକରେ ଆଲୋଚନା ହୋଇଥିଲା । ଟ୍ରାକିଂ ପାଇଁ ୧୮ କିଲୋମିଟର ଗନ୍ଧମାର୍ଦ୍ଦନ ପର୍ବତକୁ ବିଶେଷ ଦୃଷ୍ଟି ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି ।

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା, ଏସିଏସ୍ ବନ ବିଭାଗ ମୋନା ଶର୍ମା ତଥା ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ହରିଶଙ୍କର-ନୃସିଂହନାଥ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ତୃତୀୟ ଥର ପାଇଁ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *