ମାନସିକ ରୋଗ କେନ୍ଦ୍ରରେ ମହିଳାଙ୍କୁ ହୀନସ୍ଥା ହେବାକୁ ପଡୁଛି କାହିଁକି?

ମାନସିକ ଅନଗ୍ରସର ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା ମହିଳାମାନଙ୍କୁ ଲଣ୍ଡା କରିବା ସେମାନଙ୍କର ମାନବାଧିକାର ଉଲ୍ଲଂଘନ । ଏନେଇ ସର୍ବୋଚ୍ଚ ଅଦାଲତ  ଗଭୀର କ୍ଷୋଭ ପ୍ରକାଶ କରିବା ସହିତ କେନ୍ଦ୍ରକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ସହିତ ଯୋଗାଯୋଗ ରଖି ଏ ବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କୋର୍ଟ କହିଛନ୍ତି। ସେହିପରି ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ଓ ସେଠାକାର କର୍ମଚାରୀମାନଙ୍କୁ ତୁରନ୍ତ କୋଭିଡ ଭାକ୍ସିନ ଦେବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଜାତୀୟ ମହିଳା କମିଶନ ଏବଂ NIMHANS ଦ୍ବାରା କରାଯ଼ାଇଥିବା ଏକ ଅନୁଧ୍ୟାନରେ ଦର୍ଶାଯାଇଥିଲା ଯେ ସରକାରଙ୍କ ଦ୍ବାରା ପରିଚାଳିତ ମାନସିକ ଅନଗ୍ରସରଙ୍କ ପାଇଁ ଉଦ୍ଦିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁଳ ଭାବେ ମାନବାଧିକାର ଉଲ୍ଲଂଘନ କରାଯ଼ାଉଛି । ଆଇନଜୀବୀ ଗୌରବ ବଂଶଲ କରିଥିବା ଆବେଦନରେ ମହିଳାମାନଙ୍କ ଅବସ୍ଥା ସଂପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ବିଭିନ୍ନ ସମୟରେ  କରାଯାଇଥିବା ସମାଜିକ ଅନୁଧ୍ୟାନର ରିପୋର୍ଟ  ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ। ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଥିବା ମହିଳାମାନଙ୍କୁ ସେମାନଙ୍କ ସନ୍ତାନ ସାଙ୍ଗରେ ରଖିବା ଲାଗି ଅନୁମତି ନାହିଁ। ସ୍ବତନ୍ତ୍ର ଭାବେ ମା ଓ ଶିଶୁଙ୍କ ଯତ୍ନ ନେବା ଲାଗି କୌଣସି ବ୍ୟବସ୍ଥା ନାହିଁ ।           

 ଏସବୁ ରିପୋର୍ଟ ଦେଖିବା ପରେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟକୁ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ରାଜ୍ୟଗୁଡ଼ିକ ଏ ବାବଦରେ କିକି ବ୍ୟବସ୍ଥାମାନ କରୁଛନ୍ତି ତାହା ମାସିକ ଅନୁଧ୍ୟାନ କରିବା କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର 15 ସୁଦ୍ଧା  ରିପୋର୍ଟ ଦାଖଲ କରିବା ଲାଗି କୋର୍ଟ କହିଛନ୍ତି।

 

Leave a Reply

Your email address will not be published. Required fields are marked *