ବଜାରରେ ବିକ୍ରି ହେଉଥିବା କଳା ଶିଶୁଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ, ଘରେ ପ୍ରସ୍ତୁତ କରନ୍ତୁ କଳା

ଭୁବନେଶ୍ଵର, ୧୫/୦୭ : ଛୁଆଙ୍କୁ ନଜରରୁ ରକ୍ଷା କରିବା ଲାଗି କଳା ଲଗାଇବା ଏହି ପରମ୍ପରାରେ ଅନ୍ତର୍ଭୁକ୍ତ । ବିଶେଷ କରି ନବଜାତ ଶିଶୁଙ୍କୁ କଳା ଲଗାଯାଏ । କାଜଲ ପିଲାଙ୍କ ଆଖିକୁ ସଫା ରଖେ ବୋଲି ଲୋକଙ୍କ ବିଶ୍ୱାସ । ଆଗ କାଳରେ ଲୋକେ ଘରେ କାଜଲ ପ୍ରସ୍ତୁତ କରୁଥିଲେ । ଜଳାଯାଉଥିବା ଦୀପର କଳାକୁ ତେଲ ସହ ମିଶାଇ ଏହାକୁ ପ୍ରସ୍ତୁତ କରୁଥିଲେ । ସମୟାନୁସାରେ, ଲୋକ ବଜାରରେ ମିଳୁଥିବା କାଜଲର ବ୍ୟବହାର କଲେ । ଡାକ୍ତରଙ୍କ କହିବାନୁସାରେ, ବଜାରରେ ବିକ୍ରି ହେଉଥିବା କାଜଲରେ ବହୁମାତ୍ରାରେ ସୀସା ଅର୍ଥାତ୍ ଲେଡ୍ ରହିଥାଏ ।  ଯାହା ଶିଶୁଙ୍କ ପାଇଁ ଅସୁରକ୍ଷିତ ।

ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍‌ ମୁତାବକ, ବଜାରରେ ବିକ୍ରି ହେଉଥିବା କଳାରେ ୫୦ ପ୍ରତିଶତରୁ ଅଧିକ ସୀସା ବ୍ୟବହାର ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ଏହି ସୀସା ଖୁବ୍ ମାରାତ୍ମକ । ଏହି କଳା ଲଗାଇବା ଦ୍ୱାରା କେଉଁସବୁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା…

ଏହି ବିଷାକ୍ତ କଳା ଲଗାଇବା ଦ୍ୱାରା ଏହା ଶିଶୁର ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ । କିଡ୍‌ନୀକୁ କ୍ଷତି ପହଞ୍ଚାଏ । କୋମା ଭଳି ସମସ୍ୟା ଦେଖାଦେଇପାରେ । ଶିଶୁର ମୃତ୍ୟୁ ବି ହୋଇପାରେ । ଏହି କଳା ଶିଶୁର ମୁହଁ, ଶ୍ୱାସକ୍ରିୟା ଓ ଚର୍ମ ସଂସ୍ପର୍ଷରେ ଆସିଲେ ଶିଶୁର ମସ୍ତିଷ୍କ ବିକାଶରେ ହାନି ହୋଇପାରେ । ତେଣୁ ପିଲାଙ୍କୁ ଘର ତିଆରି କଳା ଲଗାଇବା ସବୁଠୁ ଲାଭଦାୟକ ।

ଘରେ କାଜଲ ପ୍ରସ୍ତୁତ କରିବା ଫଳରେ ଏହା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ ହୋଇଥିବା ବେଳେ ଏକ ବିକଳ୍ପ ମଧ୍ୟ । ଯଦି ଆପଣ ନବଜାତ ଶିଶୁଙ୍କୁ କାଜଲ ଲଗାଇବାକୁ ଇଚ୍ଛା କରୁଛନ୍ତି । ତେବେ ଘରେ ପ୍ରସ୍ତୁତ ହୋଇଥିବା କଳା ଲଗାନ୍ତୁ । ଜଡ଼ା ତେଲରେ ଦୀପ ଜାଳନ୍ତୁ ସେଥିରେ ୩-୪ଟି ବାଦାମ ରଖନ୍ତୁ । ବାଦାମ ଜଳିଯିବା ପରେ ଦୀପରେ ଥିବା କଳାରେ ଘିଅ ବୁନ୍ଦା ମିଶାଇ ଶିଶୁଙ୍କୁ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *