ବର୍ଷା ଦିନେ ପିନ୍ଧନ୍ତୁ ବାଇଗଣୀ ରଙ୍ଗର ଆଉଟଫିଟ୍‌, ଦେଖାଯିବେ ଫ୍ରେସ୍‌

ଭୁବନେଶ୍ଵର, ୧୭/୦୭ : ଋତୁ ପରିବର୍ତ୍ତନ ହେବା ସହିତ ଫ୍ୟାଶନ ଟ୍ରେଣ୍ଡ୍‌ ବି ବଦଳିଥାଏ । କେବଳ ପୋଷାକ ନୁହେଁ  ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ । ଏବେ ଅଳ୍ପ ଅଳ୍ପ ବର୍ଷା ଆରମ୍ଭ ହୋଇଗଲାଣି ।  ବର୍ଷାରେ ବାଇଗଣୀ ରଙ୍ଗର ପୋଷାକ ଖୁବ ସୁନ୍ଦର ଲାଗିଥାଏ । ଯଦି ଆପଣ ଭାବୁଥିବେ ବାଇଗଣୀ ରଙ୍ଗ ସ୍କିନ୍‌ ଟୋନ୍‌କୁ ଡାର୍କ କରୁଥାଏ ତା’ହେଲେ ଭୁଲ । ଏହି ରଙ୍ଗ ସ୍ଥାୟୀ, ସୁନ୍ଦର ଏବଂ ଉଜ୍ଜ୍ୱଳ । ଏହି ରଙ୍ଗର ପୋଷାକ ଫ୍ରେଶ୍‌ ଲୁକ୍‌ ଦେଇଥାଏ । ଲ୍ୟାଭେଣ୍ଡରରେ ଆପଣ ହାଲୁକା ଏବଂ ଗାଢ଼ ଉଭୟ ରଙ୍ଗର ପୋଷାକ ପିନ୍ଧିପାରିବେ । ନିଜ ପସନ୍ଦ ହିସାବରେ ବାଛନ୍ତୁ ।

ଶାଢ଼ି ପିନ୍ଧିବାର ସଉକ ପ୍ରତି ମହିଳାଙ୍କର ଥାଏ । ବାଇଗଣୀ ରଙ୍ଗର ଶାଢ଼ିକୁ ୱାର୍ଡରୋବ୍‌ରେ ସାମିଲ କରିପାରିବେ । ଏହି ରଙ୍ଗର ବିଭିନ୍ନ ଡିଜାଇନ ଏବଂ ପାଟର୍ନର ଶାଢି଼ ଭଲ ମାନିଥାଏ । ଏହାକୁ ଅଲଗା ଅଲଗା ରଙ୍ଗର ବ୍ଲାଉଜ ସହିତ କଣ୍ଟ୍ରାଷ୍ଟ କରି ପିନ୍ଧିପାରିବେ । କଳା, ନୀଳ, ମାଟିଆ ଏବଂ ସବୁଜ ରଙ୍ଗର ବ୍ଲାଉଜ ସହିତ ବେଶି ଭଲ ଲାଗେ ।

ଆପଣ ବିଭିନ୍ନ ରଙ୍ଗର ଡ୍ରେସ୍‌ ପିନ୍ଧୁଥିବେ । କିନ୍ତୁ ବର୍ଷାରେ ବାଇଗଣୀ ରଙ୍ଗର ଡ୍ରେସ୍‌ ଷ୍ଟାଇଲ କରନ୍ତୁ । ଅନ୍ୟମାନଙ୍କଠାରୁ ଲୁକ୍‌ ଭିନ୍ନ ଲାଗିଥାଏ । ଏହି ରଙ୍ଗର ଡ୍ରେସ୍‌ର ଅଲଗା ଅଲଗା ପାଟର୍ନ କିଣିପାରିବେ । ଯେମିତି ଫ୍ଲୋରାଲ ପ୍ରିଣ୍ଟ, ପ୍ଲେନ୍‌, ଜିକ୍‌-ଜାକ୍‌ ପ୍ୟାଟର୍ନ ଆଦି । ଏହା ସହିତ ସ୍ନିକର୍ସ ଏବଂ ଚେନ୍‌ ନେକପିସ୍‌ ଷ୍ଟାଇଲ କରିପାରିବେ । ବର୍ଷାଦିନିଆ ଲୁକ୍‌ ପାଇପାରିବେ ।

ବର୍ଷାଦିନେ ବାଇଗଣୀ ରଙ୍ଗର ସୁଟ୍‌କୁ ଷ୍ଟାଇଲରେ ସାମିଲ କରନ୍ତୁ । ବର୍ଷାଦିନେ ଏହି ରଙ୍ଗର ସୁଟ୍‌ ସୁନ୍ଦର ଲାଗେ । ଏହି ରଙ୍ଗର ସୁଟ୍‌ ପିନ୍ଧିବା ପରେ କ୍ଲାସି ଲୁକ୍‌ ଦେଇଥାଏ । ବାଇଗଣୀ ରଙ୍ଗର ଅନାରକଲି ସୁଟ୍‌, ପ୍ୟାଣ୍ଟ ସୁଟ୍‌ ଏବଂ ପଲାଜୋ ସୁଟ୍‌ ପିନ୍ଧିପାରିବେ । ଏହାର ଅପସନ୍‌ କେବଳ ଅଫଲାଇନ୍‌ ନୁହେଁ ଅନଲାଇନରେ ମଧ୍ୟ ସହଜରେ ପାଇପାରିବେ ।

ପାଷ୍ଟେଲ ସେଡ୍ସ ଏବେ ଟ୍ରେଣ୍ଡ୍‌ରେ । ବାଇଗଣୀ ରଙ୍ଗର ପାଷ୍ଟେଲ ସେଡ୍ସ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ । ଏହା ସହିତ ଦୁପଟ୍ଟା କଣ୍ଟ୍ରାଷ୍ଟ ରଙ୍ଗର ହୋଇଥିଲେ ବେଶି ଭଲ ଲାଗେ । ବର୍ଷାଦିନେ ପରଫେକ୍ଟ ଏଥନିକ୍‌ ଲୁକ୍‌  । 

Leave a Reply

Your email address will not be published. Required fields are marked *