୪୭୦ ଲି. ସ୍ତନ କ୍ଷୀର ଦାନ କରିଛନ୍ତି ମହିଳା, ଏଭଳି ବିରଳ ରୋଗରେ ପୀଡ଼ିତ

ନୂଆଦିଲ୍ଲୀ, ୧୮/୭ : ଶିଶୁ ପାଇଁ କ୍ଷୀର ଅମୃତ ସମାନ। ଶିଶୁ ଜନ୍ମ ହେବାର ୬ ମାସ ଧରି କେବଳ ମା କ୍ଷାର ହିଁ ପିଇଥାଏ । ଏହା ଶିଶୁକୁ ଭରପୂର ପୋଷକ ଦେବା ସହିତ ଶିଶୁର ବିକାଶରେ ମଧ୍ୟ ସହାୟ ହୁଏ । ପିଲା ଜନ୍ମ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ମହିଳାଙ୍କର ଖୁବ୍ କମ୍ କ୍ଷୀର ନିର୍ଗତ ହୋଇଥାଏ । ଅନ୍ୟପଟେ କିଛି ମହିଳାଙ୍କର ଆଦୌ କ୍ଷୀର ହୁଏନି । ତେଣୁ ଏମାନେ ବାଧ୍ୟ ହୋଇ ପିଲାଙ୍କୁ ଡବା କ୍ଷୀର ବା ପାଉଡର କ୍ଷୀର ପିଆଇଥାନ୍ତି । ମହିଳାଙ୍କ ଏସବୁ ସମସ୍ୟାକୁ ଦୂର କରିବା ଲାଗି କାଲିଫର୍ଣ୍ଣିଆ ବାସିନ୍ଦା ତାବିଆ ଫ୍ରାଷ୍ଟ ନିଜ ସ୍ତନ କ୍ଷୀର ଦାନ କରିଛନ୍ତି ।

ସୂଚନାନୁଯାୟୀ, ତିନୋଟି ସନ୍ତାନର ମା’ ଫ୍ରାଷ୍ଟ । ଫ୍ରାଷ୍ଟଙ୍କର ଏତେ ମାତ୍ରାରେ କ୍ଷୀର ନିର୍ଗତ ହୁଏ ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭୦ ଲିଟର କ୍ଷୀର ଦାନ କରିସାରିଲେଣି । ତାଙ୍କ ସ୍ତନରୁ ଦୈନିକ ୩ ଲିଟରରୁ ଅଧିକ କ୍ଷୀର ନିର୍ଗତ ହୁଏ । ଯାହା ତାଙ୍କ ୮ ମାସର ଶିଶୁ କନ୍ୟାର ଆବଶ୍ୟକତାଠୁ ଢେର ଅଧିକ । ସେ ନିଜ ଶିଶୁ କନ୍ୟାକୁ କ୍ଷୀର ଦେବା ପରେ ବଳକା କ୍ଷୀର ଦାନ କରିଦିଅନ୍ତି । ଫ୍ରାଷ୍ଟଙ୍କ କହିବାନୁସାରେ, ସେ ଅସୁସ୍ଥ ଥିଲେ କିମ୍ୱା କୌଣସି ସ୍ଥାନରୁ ଭ୍ରମଣ କରିବାକୁ ଯାଇଥିଲେ, ସେ ଏହି କ୍ଷୀର ସବୁକୁ ପ୍ୟାକିଂ କରି ଫ୍ରିଜରେ ରଖିଦିଅନ୍ତି । ଏହାକୁ ସେ ନିଜ କର୍ତ୍ତବ୍ୟ ମନେକରି ନିସ୍ୱାର୍ଥପର ଭାବେ ଦାନ କରନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହା ହାଇପରଲେକ୍ଟେସନ୍ ସିଣ୍ଡ୍ରୋମ୍ର ଲକ୍ଷଣ । ଯାହା ଫଳରେ ମହିଳାଙ୍କର ୩ ଗୁଣା ଅଧିକ କ୍ଷୀର ନିର୍ଗତ ହୁଏ । ଏହା ଦୁର୍ଲଭ ହୋଇଥିବାରୁ ଖୁବ୍ କମ୍ ମହିଳାଙ୍କଠାରେ ଦେଖାଯାଏ । କିଛି କ୍ଷେତ୍ରରେ ପୋଲେକ୍ଟ୍ରିନର ସ୍ତର ଅଧିକ ଥାଏ । ଏହାକୁ ହାଇପରପ୍ରୋଲେକ୍ଟିନେମିଆ ବୋଲି ମଧ୍ୟ କୁହାଯାଏ । କିଛି କ୍ଷେତ୍ରରେ ଏହି ରୋଗ ବ୍ରେନ୍ ଟ୍ୟୁମର କାରଣରୁ ହୋଇଥାଏ । ତେବେ ଅନ୍ୟ କିଛି କ୍ଷେତ୍ରରେ ମହିଳାଙ୍କଠାରେ ପ୍ରୋଲେକ୍ଟିନ୍ ସ୍ତର ସାମାନ୍ୟ ରହିଥିଲେ ମଧ୍ୟ ଅଧିକ କ୍ଷୀର ନିର୍ଗତ ହୋଇଥାଏ ।

Leave a Reply

Your email address will not be published. Required fields are marked *