ସ୍କୁଲରୁ ଆସିବା ପରେ ଚିଡ଼ଚିଡ଼ା ହେଉଛନ୍ତି କି ଆପଣଙ୍କ ପିଲା, ଜାଣନ୍ତୁ କିଭଳି ସମ୍ଭାଳିବେ…

ନୂଆଦିଲ୍ଲୀ, ୦୧/୦୯: ପ୍ରତି ପିଲାଙ୍କର ଅଲଗା ଅଲଗା ପ୍ରକାରର ସ୍ୱଭାବ ଥାଏ । କିଛି ପିଲା ସ୍କୁଲ ଯିବା ସମୟରେ ଖୁବ୍‌ ଖୁସି ହୋଇଥାନ୍ତି, ଆଉ ସ୍କୁଲର ପୂରା ସମୟକୁ ଖୁସି ମନରେ ଉପଭୋଗ କରିଥାନ୍ତି । କିନ୍ତୁ ଘରକୁ ଆସିବା ପରେ ଏହି ପିଲାଙ୍କର କାନ୍ଦିବା ଓ ଚିଡ଼ି ଚିଡ଼ା ସ୍ୱଭାବ ଆରମ୍ଭ ହୋଇଯାଏ । ଏହି ସ୍ଥିତିରେ ଅନେକ ସମୟରେ ମାଆଙ୍କ କଥା ଶୁଣିବାକୁ ମିଳେ କି ତୁମେ ସ୍କୁଲରେ ତ ବହୁତ ଖୁସି ରହୁଛ , ଘରକୁ ଆସି କଣ ହୋଇ ଯାଉଛି। ଯଦି ଆପଣଙ୍କ ପିଲା ସହ ମଧ୍ୟ ଏମିତି ହେଉଛି ତ ଏହା ସଙ୍କେତ କି ଆପଣଙ୍କ ସହ ପିଲାର ବହୁତ ଇମୋସନାଲି ସଂଯୋଗ ଅଛି ।

ପିଲା ମାଆଙ୍କ ଠାରୁ ଦୂରରେ ରହିଥାନ୍ତି – ପିଲା ସ୍କୁଲ ଯିବା ପରେ ଦିନସାରା ମାଆ ବାପାଙ୍କ ଠାରୁ ଦୂରରେ ରହିଥାଏ । ଘରକୁ ଆସିବା ପରେ ତାଙ୍କୁ ନିରାପଦ ଅନୁଭବ ହୁଏ ଏବଂ ସେମାନେ ନିଜ ମନର କଥା ଓ ଅସୁବିଧାକୁ ସେୟାର କରିବାକୁ ଚାହିଁଥାନ୍ତି । ଏଥିପାଇଁ ଅନେକ ଥର ସେମାନେ କାନ୍ଦନ୍ତି ଓ ଜୋରରେ ଚିଲେଇ ଥାନ୍ତି । ଏହି ସ୍ଥିତିରେ ବିରକ୍ତି ହେବା ବଦଳରେ ପିଲାଙ୍କୁ ବୁଝାଇ ଶାନ୍ତ କରାନ୍ତୁ।

ପିଲାଙ୍କ ଆବଶ୍ୟକତାକୁ ବୁଝନ୍ତୁ – ସ୍କୁଲରୁ ଆସିବା ପରେ ପିଲା ଯଦି କାନ୍ଦୁଛି ତ ବୁଝିବାକୁ ଚେଷ୍ଟା କର କି ସେ କଣ ଚାହୁଁଛି। ପିଲାଟି ଭୋକିଲା ଅଛି ନା କ୍ଲାନ୍ତ ହୋଇ ଯାଇଛି। ତାର ଆବଶ୍ୟକତାକୁ ବୁଝି ସେଭଳି ରିଆକ୍ଟ କର। ଅନେକ ସମୟରେ ପିଲା ମାଆ ପାଖରେ କିଛି ସମୟ ରହିବାକୁ ଚାହିଁଥାଏ।

ଶାନ୍ତ ରୁହ – ପିଲା ଯେବେ ନିଜ ଭାବନାକୁ ଦର୍ଶାଇବାକୁ ଚାହିଁଥାଏ ତ ଅଧିକାଂଶ ସମୟରେ କାନ୍ଦିଥାଏ । ଏହି ସ୍ଥିତିରେ ନିଜକୁ ଶାନ୍ତ ରଖନ୍ତୁ ଏବଂ ତାକୁ କିଛି ସମୟ କାନ୍ଦିବାକୁ ଦିଅ। ପୁଣି ତାକୁ ସ୍ନେହର ସହ ବୁଝାଅ ଓ ସମସ୍ୟା ବିଷୟରେ ପଚାରି ବୁଝ।

କିଛି ସ୍ନେହ ଆଦର ଦିଅ – ପିଲାଟି ଯଦି ପ୍ରଥମ ଥର ସ୍କୁଲ ଯାଉଛି ତ ଅଧିକ ସମୟ ଧରି ମାଆ ଠାରୁ ଦୂରେଇ ରହିଥାଏ । ଏହି ସ୍ଥିତିରେ ଆପଣ ତାକୁ ଅଧିକ ସ୍ନେହ ଆଦର କରନ୍ତୁ। ଯେମିତି କି ପିଲାକୁ ସ୍କୁଲ ଛାଡ଼ିବା ପୂର୍ବରୁ କୋଳେଇ ନିଅନ୍ତୁ ଏବଂ ପିକଅପ୍‌ ସମୟରେ ମଧ୍ୟ ସ୍ନେହ ଆଦର କରନ୍ତୁ ଏବଂ କୁହନ୍ତୁ କି ତୁମେ ତାଙ୍କୁ ଅପେକ୍ଷା କରିଥିଲ। ଏଥିରେ ପିଲାଙ୍କୁ ମୋଟିଭେସନ ମିଳିଥାଏ ଏବଂ ମନ ଖୁସି ରହିଥାଏ।

ପିଲାଙ୍କୁ କିଛିକିଛି ସମୟ ଦିଅନ୍ତୁ – ସ୍କୁଲରୁ ଘରକୁ ଆସିବାର ତୁରନ୍ତ ପରେ ପିଲାଙ୍କୁ କାମ କରିବା ବା ପୁଣି ଖାଇବାକୁ ଦିଅନ୍ତୁ ନାହିଁ। ପିଲା ଯଦି କାନ୍ଦୁଛି ତ ଶାନ୍ତ ହୋଇ ତା କଥା ଶୁଣ ଏବଂ ବୁଝ କି ତା ଦିନ କେମିତି କଟିଲା ।

Leave a Reply

Your email address will not be published. Required fields are marked *