ଇସ୍ରୋରେ ପହଞ୍ଚି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି, ମହିଳା ବୈଜ୍ଞାନିକଙ୍କ ଯୋଗଦାନକୁ କଲେ ପ୍ରଶଂସା

ନୂଆଦିଲ୍ଲୀ, ୨୬/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଆଇଏସଆରଓ)ର ମହିଳା ବୈଜ୍ଞାନିକଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମହିଳା ବୈଜ୍ଞାନିକମାନେ ‘ଚନ୍ଦ୍ରଯାନ-୩’ ମିଶନର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଥିଲେ। ସପ୍ଟ ଲ୍ୟାଣ୍ଡିଂର ସଫଳ ମିଶନରେ ପିଏମ ମୋଦି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଏକ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ହୋଇପାରିଛି।

ଏହି ଅବସରରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ନାଁ ଶିବଶକ୍ତି ଏବଂ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ତ୍ରିରଙ୍ଗା ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ଏହି ସଫଳତା ପରବର୍ତ୍ତୀ ପୀଢିକୁ ପ୍ରେରଣା ଯୋଗାଇବ। ଲୋକଙ୍କ କଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରତିବଦ୍ଧତା। ଇସ୍ରୋ ବୈଜ୍ଞାନିକମାନେ ଦେଶକୁ ନୂତନ ଉଚ୍ଚତାକୁ ନେଇଛନ୍ତି। ଏହା କୌଣସି ସାଧାରଣ ସଫଳତା ନଥିଲା। ଏହି ମିଶନ୍ ଆମର ସ୍ପେସ୍ ଗବେଷଣା ଏବଂ ପ୍ରୋଗ୍ରାମର ଶକ୍ତି ପ୍ରଦର୍ଶନ କରେ। ବର୍ତ୍ତମାନ ଭାରତ ଚନ୍ଦ୍ରରେ ଅଛି। ଆମେ ମଧ୍ୟ ଆମର ଜାତୀୟ ଗର୍ବର ପ୍ରତୀକ ତ୍ରିରଙ୍ଗାକୁ ଚନ୍ଦ୍ରରେ ରଖିଛୁ।

ପିଏମ୍ ମୋଦି କହିଛନ୍ତି ଯେ, ଏହା ହେଉଛି ଆଜିର ଭାରତ। ଏହା ଏକ ନିର୍ଭୀକ ଭାରତ। ଏହା ହେଉଛି ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ଭାରତ। ଆମର ଚିନ୍ତାଧାରା ବଦଳି ଯାଇଛି। ଚନ୍ଦ୍ରର ଅନ୍ଧାରୀ ମୂଲକରେ ଆମେ ଆଲୁଅ ଜାଳିଛୁ। ଆଜିର ଭାରତ ଏକବିଂଶ ଶତାବ୍ଦୀରେ ବିଶ୍ୱ ସମ୍ମୁଖୀନ ହେଉଥିବା ସବୁଠୁ ବଡ ଆହ୍ଵାନର ବଡ଼ ସମାଧାନ କରିବ।

Leave a Reply

Your email address will not be published. Required fields are marked *