ମିଲିଟାରୀରେ ସାମିଲ ହୋଇଛନ୍ତି ଏହି ଦେଶର ରାଜକୁମାରୀ, ହାତରେ ଧରିଛନ୍ତି ରାଇଫଲ… ପିନ୍ଧିଛନ୍ତି ସେନା ବର୍ଦି

ନୂଆଦିଲ୍ଲୀ, ୨୫/୦୮ : ରାଜକୁମାରୀ ଶବ୍ଦ ଶୁଣିଲେ ସର୍ବଦା ଆମ ମନରେ ମହଲରେ ରହୁଥିବା ଜଣେ ସୁନ୍ଦରୀ ସୁସଜ୍ଜିତ କନ୍ୟାର ଛବି ପ୍ରତିଫଳିତ ହୋଇଥାଏ। ହେଲେ ବାସ୍ତବରେ ରାଜକୁମାରୀ କେବଳ ସଜବାଜ ହୋଇ ମହଲରେ ବସନ୍ତି ନାହିଁ। ତାଙ୍କ କାନ୍ଧରେ ଅନେକ ଦାୟିତ୍ଵ ଭାର ରହିଥାଏ। ଏଭଳି ଜଣେ ରାକୁମାରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ହେଲେ ଏହି ରାଜକୁମାରୀ ଜଣଙ୍କ ହାତରେ ଧରିଛନ୍ତି ରାଇଫଲ ପିନ୍ଧିଛନ୍ତି ମିଲିଟାରୀ ୟୁନିଫର୍ମ। ତେବେ ଜାଣନ୍ତୁ ମିଲିଟାରୀ ପ୍ରଶିକ୍ଷଣ ନେଉଥିବା ଏହି ରାଜକୁମାରୀ ଜଣଙ୍କ କିଏ…

ଚର୍ଚ୍ଚାରେ ସ୍ପେନର ୧୭ ବର୍ଷୀୟା ରାଜକୁମାରୀ ଲିୟୋନୋର। ଖୁବ୍ କମ୍ ବର୍ଷରୁ ସେ ଦେଶର ମିଲିଟାରୀରେ ଯୋଗ ଦେଇଛନ୍ତି। ତାଙ୍କର ଏଭଳି ପ୍ରୟାସ ମହିଳାମାନଙ୍କୁ ପ୍ରୋତ୍ସାହନ ଦେଉଛି। ସ୍ପେନ ରାଜା ଫେଲିପ ଏବଂ ରାଣୀ ଲେଟିଜିଆଙ୍କ ଦୁଇ ଝିଅ ଅଛନ୍ତି। ତାଙ୍କର ସବା ବଡ଼ ଝିଅ ହେଉଛନ୍ତି ଲିୟୋନୋର। ୨୦୦୫ ଅକ୍ଟୋବର ୩୧ରେ ତାଙ୍କର ଜନ୍ମ ହୋଇଥିଲା। ସେ ସ୍ପେନର ପରବର୍ତ୍ତୀ ଉତ୍ତରାଧିକାରୀ। ସେ ଭବିଷ୍ୟତରେ ସ୍ପେନର ମହାରାଣୀ ହେବେ। ରାଜକୁମାରୀ ଲିୟୋନୋର ଗ୍ଲୈମର୍ଗନରେ ୟୁଡବ୍ଲ୍ୟୁସି ଆଟଲାଣ୍ଟିକ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କ୍ୟାଥୋଲିକ ରୀତି-ନୀତି ଅନୁସାରେ ତାଙ୍କୁ ରାଜଗାଦୀରେ ବିଭୂଷିତ କରାଯିବ।

ନିୟମ ଅନୁସାରେ ରାଣୀ ହେବା ପାଇଁ ଲିୟୋନୋରଙ୍କୁ ସେନା ପ୍ରଶିକ୍ଷଣ ନେବାକୁ ପଡ଼ିବ। ସେ ୩ ବର୍ଷ ଯାଏଁ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷଣ ପରେ ତାଙ୍କୁ ଆର୍ମି କ୍ୟାଡେଟ ବାଟାଲିୟନରେ ନିଯୁକ୍ତ କରାଯିବ। ତାଙ୍କ ପିତା ଏବେ ସେନାରେ ସର୍ବୋଚ୍ଚ କମାଣ୍ଡର ଅଛନ୍ତି।

ଆସନ୍ତା ବର୍ଷ ଲିୟୋନୋର ନୌସେନାରେ ସାମିଲ ହେବେ। ମେରାଇନ ନାଭାଲ ମିଲିଟାରୀ ସ୍କୁଲରେ ମିଡସିପ୍‌ମ୍ୟାନ ରୂପରେ କାର୍ଯ୍ୟ କରିବେ। ଏହାପରେ ଏୟାର ଫୋର୍ସ ଏବଂ ସ୍ପେସ୍ ଆର୍ମି ପାଠ୍ୟକ୍ରମ ପୂରା କରିବେ। ୨୦୨୬ ସୁଦ୍ଧା ସେ ସୈନ୍ୟ ଜେଭିୟର ଜେନେରାଲ ଏୟାର ଏକାଡେମୀର ଅଂଶ ହେବେ।

Leave a Reply

Your email address will not be published. Required fields are marked *