ଛକରେ ନାଚିବା ମଡେଲଙ୍କୁ ମହଙ୍ଗା ପଡ଼ିଲା- ଦେଖନ୍ତୁ

‘ଟ୍ରାଫିକ ସିଗନାଲରେ ନାଚିବା ମହଙ୍ଗା ପଡ଼ିଲା । ମଡେଲଙ୍କ ବିରୋଧରେ ଲାଗିଲା ନୋଟିସ। ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଗାଡ଼ି ଅଟକି ଗଲା, ହଠାତ ରାସ୍ତା ଉପରକୁ ଚାଲି ଆସିଥିଲେ ଏହି ଯ଼ୁବତୀ। ସିଗନାଲରେ ଗାଡ଼ି ଅଟକିଥିବା ବେଳେ ଏହି ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍‌ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା କାରଣରୁ ପୋଲିସ ତାଙ୍କୁ ନୋଟିସ ଜାରି କରିଛି।

ଯୁବତୀ ଜଣକ ହେଲେ ସ୍ରେୟା କଲ୍ରା। ତିନ ଦିନ ତଳେ ସେ ଶେୟାର କରିଥିବା ଭିଡିଓ ଖୁବ୍‌ ଭାଇରାଲ ହୋଇଯାଇଛି। ଭିଡିଓରେ ଯୁବତୀ ଜଣକ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଜେବ୍ରାକ୍ରସିଂ ଉପରେ ସେ ଡ୍ୟାନ୍ସ ଭିଡିଓ ଶୁଟିଂ କରିଥିଲେ। ଏବେ ସ୍ରେୟା କଲ୍ରା ଭିଡିଓର କ୍ୟାପ୍ସନ ଅପଟେଡ କରି ଟ୍ରାଫିକ ନିୟମ ମାନିବା ଓ ମାସ୍କ ପିନ୍ଧିବା ପାଇଁ ତାଙ୍କ ଫଲୋର୍ସଙ୍କୁ କହିଛନ୍ତି । ଏଭଳି କାର୍ଯ୍ୟ କାଳେ ପୁଣି ଅନ୍ୟମାନେ କରିବେ ସେଥିପାଇଁ ତାଙ୍କୁ ପୋଲିସ ନୋଟିସ କରିଛି।

Leave a Reply

Your email address will not be published. Required fields are marked *