ସ୍ମାର୍ଟ ସିଟି ପୁରସ୍କାର ତାଲିକାରେ ବାଜି ମାରିଲା ସୁରଟ, ଭୁବନେଶ୍ବର କେଉଁଠି ରହିଲା?

    ସ୍ମାର୍ଟସିଟିର 6 ବର୍ଷ ପୂର୍ତ୍ତି ଅବସରରେ ଆଜି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦେଶର ଶ୍ରେଷ୍ଠ
ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି । ଏଥିରେ ଓଡ଼ିଶାକୁ କେବଳ ଦୁଇଟି କାଟାଗୋରିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସ୍ମାର୍ଟ ସିଟି ଭୁବନେଶ୍ବର ଶହେ ସ୍ମାର୍ଟ ସିଟି ମଧ୍ୟରେ ବିଭିନ୍ନ କାଟାଗୋରିରେ ବିଚାରକୁ ନିଆଯାଇଥିଲା । ମାତ୍ର ଦୁଇଟି କାଟାଗୋରିରେ ପୁରସ୍କୃତ ହୋଇଛି ଭୁବନେଶ୍ବର, ସେ ପୁଣି ଅଲଗା ଅଲଗା କାଟାଗୋରିରେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି। ସ୍ମାର୍ଟ ସିଟିର ସାମାଜିକ ଦିଗକୁ ବିଚାରକୁ ନେଇ ଭୁବନେଶ୍ବରକୁ ଦ୍ବିତୀୟ ସ୍ଥାନ ମିଳିଛି। ଏହି କାଟାଗୋରିରେ ପ୍ରଥମରେ ରହିଛି ଆନ୍ଧ୍ର ପ୍ରଦେଶର ତିରୁପତି । ସେହିପରି ଗଭର୍ଣ୍ଣାନ୍ସରେ ଭୁବନେଶ୍ବର ME – APP ତୃତୀୟ ସ୍ଥାନରେ ରହିଛି । ଏଥିରେ ବଦୋଦରା ପ୍ରଥମ ପୁରସ୍କାର ନେଇଛି। 

    ଶୁକ୍ରବାର 25 ତାରିଖରେ ସ୍ମାର୍ଟ ସିଟି ପୁରସ୍କାର 2020 ଘୋଷଣା କରାଯ଼ାଇଥିଲା । ଏଥିରେ ଉତ୍ତରପ୍ରଦେଶକୁ ସାମଗ୍ରୀକ ଭାବେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ବିବେଚନା କରାଯ଼ାଇଛି । ମିଳିତ ଭାବେ ଶ୍ରେଷ୍ଠ ସ୍ମାର୍ଟ ସିଟି ସହର ବିବେଚିତ ହୋଇଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରଟ । ଏଥର ସ୍ମାର୍ଟ ସିଟି ପୁରସ୍କାରରେ ସୁରଟ ଏବଂ ଇନ୍ଦୋର ହିଁ ବାଜି ମାରିନେଇଛନ୍ତି । ଗୁଜରାଟର ବିଭିନ୍ନ ସହର ଏକାଧିକ ପୁରସ୍କାର ଜିତିଛନ୍ତି।
   ସାଂସ୍କୃତିକ ପରିବେଶ ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ଶ୍ରେଷ୍ଠ ସହର ଭାବେ ପୁରସ୍କୃତ ହୋଇଛି। ଏହା ତଳକୁ ଚଣ୍ଡିଗଡ଼ ଏବଂ ଗ୍ବାଲିୟର ରହିଛନ୍ତି। ସେହିପରି ସହରାଞ୍ଚଳ ବିକାଶ କ୍ଷେତ୍ରରେ ଭୋପାଳର ସ୍ବଚ୍ଛ ଶକ୍ତି ପ୍ରକଳ୍ପକୁ ପୁରସ୍କୃତ କରାଯ଼ାଇଛି।

ଏହା ତଳକୁ ରହିଛନ୍ତି ତାମିଲନାଡୁର ଚେନ୍ନାଇ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି। ସାନିଟେସନ କ୍ଷେତ୍ରରେ ତିରୁପତି ପ୍ରଥମ ପୁରସ୍କାର ପାଇଥିବା ବେଳେ ଏହା ତଳକୁ ରହିଛନ୍ତି ଇନ୍ଦୋର ଏବଂ ସୁରଟ। ଜଳ ସଞ୍ଚାଳନ ପାଇଁ ଡେରାଡୁନ ପ୍ରଥମ ହୋଇଛି । ଏହା ତଳକୁ ରହିଛନ୍ତି ବାରାଣାସୀ ଏବଂ ସୁରଟ । କେଉଁ ସହରରେ ଯ଼ାତାୟତ କରିବା କେତେ ସହଜ। ଏହି ବିଭାଗରେ ପୁରସ୍କାର ଜିଣିଛି ଔରଙ୍ଗାବାଦର ମାଝି ବସ ସେହିଭଳି ଏହା ତଳକୁ ରହିଛନ୍ତି ସୁରଟ ଏବଂ ଅହମ୍ମଦାବାଦ ।

ପ୍ରଥମଥର ପାଇଁ ଏଥର କୋଭିଡ ଇନୋଭେସନ ପୁରସ୍କାର ସ୍ଥାନ ପାଇଥିଲା। ତେବେ କୋଭିଡ ମୁକାବିଲା କ୍ଷେତ୍ରରେ ଏହି ପୁରସ୍କାର ପାଇଛି କଲ୍ୟାଣ ଡୋମ୍ବିଭାଲି ଏବଂ ବାରାଣସୀ।
ଶହେଟି ସ୍ମାର୍ଟ ସିଟି ମଧ୍ୟରୁ 5924ଟି ପ୍ରକଳ୍ପକୁ ବିଚାରକୁ ନେଇ ଏହି ପୁରସ୍କାର ଘୋଷଣା କରାଯ଼ାଇଥିଲା। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପୁରସ୍କାର ଘୋଷଣା କରିଥିଲେ। କିଏ କେଉଁ କାଟାଗୋରିରେ ପୁରସ୍କୃତ ହୋଇଛନ୍ତି ଏହାର ସଂପୂର୍ଣ୍ଣ ତାଲିକା ନିମ୍ନଲିଙ୍କରେ ଦିଆଗଲା । ପୂରା ଲିଷ୍ଟ ପାଇଁ ଏହିଠାରେ କ୍ଲିକ କରନ୍ତୁ

https://smartnet.niua.org/smart-cities-awards-2020/pdf/ISAC_2020_Final_Presentation_new.pdf

ଯ଼ଦି ଭୁବନେଶ୍ବର ସ୍ମାର୍ଟ ସିଟି ଉପରେ କିମ୍ବା ଏହି ପୁରସ୍କାର ବାବଦରେ ଆପଣଙ୍କର କିଛି ମତାମତ ରହିଛି ତେବେ ନିମ୍ନରେ କମେଣ୍ଟ ବକ୍ସରେ ଲେଖିପାରିବେ। ଆପଣ ଏହାକୁ ସେୟାର କିମ୍ବା ଲାଇକ ପାଇଁ ନିମ୍ନରେ ବଟନ ଦବାନ୍ତୁ। 

 

Leave a Reply

Your email address will not be published. Required fields are marked *