ବର୍ଷା ଦିନେ କାଙ୍କଡ଼ ଖାଆନ୍ତୁ କିନ୍ତୁ କଣ୍ଟା ଚାଞ୍ଛନ୍ତୁ ନାହିଁ – କାହିଁକି ଜାଣନ୍ତୁ

କଣ ଆପଣ ଜାଣିଛନ୍ତି କଲରା ଏବଂ କାଙ୍କଡ଼ ଗୋଟିଏ ଗ୍ରୁପର ପରିବା । ମେମୋରଡିକା ଶ୍ରେଣୀର ପରିବାଗୁଡ଼ିକ ସ୍ବାସ୍ଥ୍ୟପ୍ରତି ବେଶ ହିତକାରୀ ହୋଇଥାନ୍ତି । ମୌସୁମୀ ସମୟରେ ମିଳୁଥିବା ପରିବାଗୁଡ଼ିକ ମଧ୍ୟରୁ କଲରା ଓ କାଙ୍କଡ଼ ଅନ୍ୟତମ । ତେବେ କାଙ୍କଡ଼ କଲରା ଗ୍ରୁପର ପରିବା ହୋଇଥିଲେ ମଧ୍ୟ ଏହା ପିତା ନୁହେଁ କିନ୍ତୁ ଏହି ପରିବାରେ ଅନେକ କିଛି ଉପକାରିତା ରହିଛି। ସେମଧ୍ୟରୁ ଡାଇବେଟିସ ନିୟନ୍ତ୍ରଣ କରିବା  ବ୍ଲଡ ସୁଗାର କମ କରିବାରେ ଏହା ସାହାଯ଼୍ୟକାରି ହୋଇଥଏ ।

 ବର୍ଷା ଦିନେ ଆପଣ ତଟକା କାଙ୍କଡ଼ ଖାଇବାରେ ଜମା କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ବିଶେଷ କରି ପିଲାମାନେ କଲରା ଓ କାଙ୍କଡ଼ ଖାଇବା ଲାଗି ଅନିଚ୍ଛା ପ୍ରକାଶ କରିଥାନ୍ତି, କିନ୍ତୁ ସେମାନଙ୍କୁ ଏହି ପରିବା ଖୁଆଇବା ପାଇଁ ଆପଣ ଯତ୍ନଶୀଳ ହୁଅନ୍ତୁ । କାରଣ କାଙ୍କଡ଼ରେ ରହିଥାଏ ଆଇରନ, ପ୍ରୋଟିନ ଏବଂ ଲୋ କ୍ୟାଲୋରୀ। 100 ଗ୍ରାମ କାଙ୍ଗଡ଼ରେ ମାତ୍ର 17କ୍ୟାଲୋରି ରହିଥାଏ ।ମୌସୁମୀ ପରିବା ହୋଇଥିବାରୁ କାଙ୍କଡ଼ ଆପଣଙ୍କ ପେଟକୁ ହାଲୁକା ରଖେ। ସେହିପରି ବର୍ଷା ଦିନେ ବିଶେଷ କରି ଶରୀରରେ ଦେଖାଦେଉଥିବା ଥଣ୍ଡା କାଶ ଏବଂ ଆଲର୍ଜିକୁ ଦୂର କରିବାରେ ଏହା ସହାୟକ ହୋଇଥାଏ । କାଙ୍କଡ଼ ଏକ ଆଣ୍ଟି ଅକ୍ସିଡାଣ୍ଟ ଶ୍ରେଣୀର ପରିବା ତେଣୁ ରକ୍ତରୁ ଆବର୍ଜନା ସଫା କରିବାରେ ମଧ୍ୟ ଖୁବ ସାହାଯ୍ୟକାରୀ ହୋଇଥାଏ । ଏପରିକି ଏହା କ୍ୟାନସର ପ୍ରତିରୋଧ କରିଥାଏ ଓ ଆପଣଙ୍କ ହୃତପିଣ୍ଡକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ସାଧାରଣରେ ଲୋକମାନେ କାଙ୍କଡ଼ କିମ୍ବା କଲରା ରୋଷେଇ କରିବା ପୂର୍ବରୁ ଏହାର କଣ୍ଟା ଅଂଶକୁ ସଫା କରିଦେଇଥାନ୍ତି। ମନେ ରଖନ୍ତୁ ଏହାର ଚୋପାରେ ହିଁ ଅଧିକ ଖାଦ୍ୟ ସାର ରହିଥାଏ। ତେଣୁ କେବେବି କାଙ୍କଡ଼ ରୋଷେଇ ସମୟରେ ଏହାକୁ ଚାଞ୍ଛି କାଟନ୍ତୁ ନାହିଁ ।  ଯ଼ଦି ଆପଣ କାଙ୍କଡ଼ ବିଷୟରେ ଆଉ କିଛି ଜାଣିଛନ୍ତି ତେବେ କମେଣ୍ଟ ବକ୍ସରେ ଲେଖନ୍ତୁ। ଏହି ଲେଖା ଭଲ ଲାଗିଲେ ଆପଣ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ କିମ୍ବା ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *