ଦେଶ ମୋର ରଙ୍ଗୀଲ ରଙ୍ଗୀଲା- ଏ ଚିତ୍ର ଦେଖିଲେ ଛାତି ଫୁଲି ଉଠିବ

କୁହାଯାଏ ଉତ୍ସବ ଅପେକ୍ଷା ଉତ୍ସବର ପୂର୍ବରାତିଟି ହିଁ ବେଶେ ଉତ୍ସାହପ୍ରଦ ହୋଇଥାଏ। ସାରାଦେଶରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶ ବିଦେଶରେ ଯେଉଁଭଳି ଭାବେ ତ୍ରିରଙ୍ଗାର ଛାଇଆଲୁଅ ଚିତ୍ର ମାନ ସାମ୍ନାକୁ ଆସୁଛି ତାହା ଦେଖିଲେ ଜଣେ ଭାରତୀୟ ଭାବେ ଛାତି ଉଲ୍ଲାସରେ କୁଣ୍ଢେମୋଟ ହୋଇଯିବ। ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଦେଶ କିପରି ବିଭାଜନ ବିଭୀଷିକା ଦିବସ ପାଳନ କରିଛି ଏସବୁ ଉପରେ ଆପଣଙ୍କ ନଜର ନିଶ୍ଚୟ ଥିବ କିନ୍ତୁ କାଶ୍ମୀରରେ କିପରି ଏଥର ତ୍ରିରଙ୍ଗା ଉଡିଛି ତାହା ନିଶ୍ଚୟ ଜାଣିବା ପାଇଁ ଆପଣ ଚାହିଁବେ। ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ସଲାଲ ଡ୍ୟାମକୁ ଏମିତି ଆଲୋକୀକରଣ କରାଯ଼ାଇଥିଲା ଯେଉଁଥିରେ ତିନିଟି ଗେଟରେ ବାହାରୁଥିବା ଜଳ ତିନିଟି ରଙ୍ଗର ଦେଖାଯାଉଥିଲା। ସେହିପରି ଚେନାବ ନଦୀର ଜଳବିଦ୍ୟୁତ ପ୍ରକଳ୍ପ, ବାଗଲିହାର ପ୍ରକଳ୍ପର ଜଳରେ ମଧ୍ୟ ଦେଖିବାକୁ ମିଳିଥିଲା ତ୍ରିରଙ୍ଗାର ଝଲକ। ଶ୍ରୀନଗରର କ୍ଲକ ଟାୱାରକୁ ମଧ୍ୟ ତିନିରଙ୍ଗରେ ସଜାଯାଇଛି।

ଉତ୍ତରପୂର୍ବାଞ୍ଚଳ ଭାରତ ମାତାର ଆଞ୍ଚଲ ଭାବେ ଜଣାଯାଇଥାଏ ମିଜୋରାମରେ ଏକ କୁନି ଶିଶୁ ଜାତୀୟ ଗାତୀ ଗାନ କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେତେବେଳେ ଆସାମ ମିଜୋରାମ ସଂଘର୍ଷ ପାଇଁ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା ମିଜୋରାମ ସେହିଠାରୁ ଏକ କୁନି ଶିଶୁ ଜାତୀୟ ଏକତାର ବାର୍ତ୍ତା ସାରା ଦେଶକୁ ଉତଫୁଲ୍ଲିତ କରିଛି

75ତମ ସ୍ବାଧୀନତା ଦିବସ ଉପଲକ୍ଷେ ହାଇଦ୍ରାବାଦର ଚାରମିନାଚରଙ୍କୁ ତିନି ରଙ୍ଗରେ ରଙ୍ଗାଯିତ କରାଯ଼ାଇଛି । ପ୍ରତ୍ୟେକ ଭାରତୀୟ ଚାରମିନାରର ଏହି ଦୃଶ୍ୟ ଦେଖିଲେ ନିଶ୍ଚୟ ମନେ କରିବ ଯେ ଦେଶମେରା ରଙ୍ଗୀଲା ରଙ୍ଗୀଲା

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବି ଦେଖିବାକୁ ମିଳିଛି ସେମିତି କିଛି ତିନିରଙ୍ଗରେ ଆଲୋକମାଳାର ଝଲକ । ଏହା ବି କୋଭିଡ ସମୟରେ ମୁମ୍ବାଇବାସୀଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରିଛି। 

ଇସ୍ରାଏଲ ସହିତ ଭାରତର ସଂପର୍କ ନିବିଡ। ସେପ୍ଟେମ୍ବର 1918ରେ ହୋଇଥିବା ହାଇଫା ଯ଼ୁଦ୍ଧକୁ ମନେ ପକାଇ ଇସ୍ରାଏଲ ଭାରତର ସ୍ବାଧୀନତା ଦିବସକୁ ସମ୍ମାନ ଜଣାଇଛି। ଯେଉଁଠାରେ ବୀର ଭାରତୀୟ ଯ଼ୋଦ୍ଧା ମାନେ ନିଜର ପରାକ୍ରମ ଦେଖାଇଥିଲେ ତାହା  ହାଇଫା ସିମେଣ୍ଟେରି ଭାବେ ନାମିତ କରାଯ଼ାଇଛି । ସ୍ବାଧୀନତା ଦିବସ ଉପଲକ୍ଷେ ଏହାକୁ ତ୍ରିରଙ୍ଗାରେ ରଙ୍ଗାୟିତ କରାଯାଇଛି।

75 ତମ ସ୍ବାଧୀନତା ଦିବସ ଭାରତ ବାହାରେ ଭାରତୀୟମାନେ ମଧ୍ୟ ପାଳନ କରିଛନ୍ତି ଆଉ କିଛି ଦେଶରେ ଭାରତ ସହିତ ବନ୍ଧୁତାକୁ ପ୍ରତିପାଦିତ କରାଯାଇଛି ତ୍ରିରଙ୍ଗା ରଙ୍ଗର ଆଲୋକରେ । ଦେଖନ୍ତୁ ମାଡାଗାସ୍କାରର ଆଇକୋନିକ ବିଲ୍ଡିଂ ଆଣ୍ଟାନାନାରିଭୋର ଟାଉନ ହଲରେ କେମିତି ତ୍ରିରଙ୍ଗା ଆଲୋକର ଦେଖାଦେଇଛି।

 

 

Leave a Reply

Your email address will not be published. Required fields are marked *