ନୀରଜଙ୍କ ସୁନାର ମେଡାଲ: କିଛି ଅଭୁଲା ଭିଜୁଆଲ Watch IT

 ଶହେ ବର୍ଷରେ ଭାରତକୁ ମିଳିଛି ଏମିତି ସଫଳତା ଯ଼ାହାକୁ ନେଇ ସାରା ଭାରତ ଗର୍ବରେ ଛାତି ଫୁଲାଇ ପାରୁଛି। ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବାକୁ ପୂରା ଦେଶ ସେଲେବ୍ରେଟ କରୁଛି। ସୋସିଆଲ ମିଡିଆରେ ଏବେ କେବଳ ନୀରଜଙ୍କ ଖବର ଏବଂ ଭିଜୁଆଲ ହିଁ ଛାଇ ଯ଼ାଇଛି। ଏ ସଂପର୍କିତ ପୂରା ଖବର ଆମେ ଏହି ଠାରେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ।

  ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା । ୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଦେଖନ୍ତୁ ସେତେବେଳେ ଜାଭେଲିନ ପକାଇବା ସମୟରେ ହାତରୁ ଜାଭଲିନ ଛାଡ଼ିବା ପରଠାରୁ ତାଙ୍କର ଆତ୍ମବିଶ୍ବସ ହିଁ ଥିଲା ସେ ସ୍ବର୍ଣ୍ଣ ପଦକ ହିଁ ଜିତିବେ ।

ଏହାପରେ ଯ଼ାହା ହୋଇଥିଲା ସାରା ଦେଶ ଦେଖିଛି । ଇତିହାସ ସୃଷ୍ଟି ହୋଇଛି।  ତେବେ ଭିଜୁଆଲ 2 ହେଉଛି ନିରଜ ଭାବ ପ୍ରବଣ ହୋଇଥିଲେ ସତ  ତା ସହିତ ଜାତୀୟ ପତାକାକୁ ଉଚ୍ଚା କରି ରଖିଥିଲେ ଏବଂ ଏହାକୁ ଯ଼ଥେଷ୍ଟ ସମ୍ମାନର ସହିତ ଯ଼େଉଁଠି ଯ଼େମିତି ସମ୍ମାନର ସହିତ ରଖିବା କଥା ସେମିତି ରଖିବା କଥା ସେମିତି ରଖିଥିଲେ।

 

ନୀରଜଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିବାର ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହିତ ଫୋନ ଯୋଗେଁ କଥା ହୋଇଛନ୍ତି । ପୂରା ଦେଶକୁ ତୁମେ ଖୁସି କରିଦେଲ ବୋଲି କହି ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଆଉ ନୀରଜ କହିଥିଲେ ଦେଶବାସୀଙ୍କ ପ୍ରାର୍ଥନା ତାଙ୍କୁ ସଫଳତା ଦେଇଛି। ନୀରଜଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥା ହେବା ସମୟର ଭିଜୁଆଲ ମଧ୍ୟ ନେଟ ଦୁନିଆରେ ଭାଇରାଲ ହେବାରେ ଲାଗିଛି । ସେ ଭିଜୁଆଲ ଆମେ ଆପଣଙ୍କ ନିକଟକୁ ଆଣିଛୁ।

 

ନିରଜଙ୍କ ବିଜୟକୁ ପୂରା ଦେଶ ସେଲିବ୍ରେଟ କରୁଛି। ସେନାରେ କାର୍ଯ଼୍ୟରତ ନିରଜଙ୍କୁ ସେନାବାହିନୀର ଯ଼ବାନମାନେ ମଧ୍ୟ ନାଚି ନାଚି ସେଲିବ୍ରେଟ କରିଛନ୍ତି । ସେନାମୁଖ୍ୟ ଏମଏମ ନରୱଣେ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେନା ସେନାକୁ ଗର୍ବିଚ କରିଥିବା ଲେଖିଛନ୍ତି। ସେନାବାହିନୀର ଯବାନ ମାନେ ନାଚୁଥିବାର ଭିଜୁଆଲ ବେଶ୍ ଭାଇରାଲ ହେବାରେ ଲାହିଛି। ଆପଣଙ୍କ ଉଦ୍ଦେଶ୍ୟରେ ଏହାର ଲିଙ୍କ ତଳେ ସେୟାର କରିଛୁ।

ନୀରଜଙ୍କ ଫାଇନାଲ ରାଉଣ୍ଡ ପୂର୍ବରୁ ପୁରୀରେ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ ସାହୁ ତାଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛାର ସ୍ୟାଣ୍ଡ ଆର୍ଟ କରିଥିଲେ। ଏହା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ନୀରଜଙ୍କ ବିଜୟ ପରେ ପ୍ରତିଷ୍ଠିତ ସ୍ୟାଣ୍ଡ ଆର୍ଟିଷ୍ଟି ସୁଦର୍ଶନ ପଟ୍ଟନାୟକ ମଧ୍ୟ ସୁନ୍ଦର ସ୍ୟାଣ୍ଡ କରିଛନ୍ତି। ଏହା ମଧ୍ୟ ଭାଇରାଲ ହୋଇଛି। ଏହା ଆପଣଙ୍କ ଉଦ୍ଦେଶ୍ଯରେ ସେୟାର କରିଛୁ।

ଆସନ୍ତୁ ଜାଣିବା ନୀରଜଙ୍କ ସଂପର୍କରେ କିଛି ଅଜଣା କଥା ସାଧାରଣ ଗରୀବ ପରିବାରରୁ ଆସିଥିବା ନୀରଜଙ୍କୁ ଅଲିମ୍ପିକ୍ସର ଯ଼ାତ୍ରା ପାଇଁ ସ୍ବପ୍ନ ଦେଖିବା ବି ବହୁତ କଷ୍ଟ ସାଧ୍ୟ ଥିଲା।  ନୀରଜ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ଵଚ୍ଛଳ ନଥିଲା। ୧୭ ଜଣିଆ ଏହି ପରିବାର ଏତେ ଗରିବ ଥିଲା ଯେ, ନୀରଜ ୭ ହଜାର ଟଙ୍କିଆ ଜାଭେଲିନ ବହୁ କଷ୍ଟରେ କିଣିଥିଲେ। ହେଲେ ୟୁଟ୍ୟୁବକୁ ଦ୍ରୋଣାଚାର୍ଯ଼୍ୟ କରି ସେ ଜାଭେଲିନ ଶିଖି ଚାଲିଥିଲେ। ଧିରେ ଧିରେ ସେ ଜାଭେଲିନିର କୌଶଳକୁ ଅକ୍ତିଆର କରିଥିଲେ । ଦିନକୁ ପ୍ରାୟ 7ରୁ 8 ଘଣ୍ଟା ସେ ପ୍ରାକ୍ଟିସ କରୁଥିଲେ। ଶେଷରେ ସେୟା ହିଁ ହୋଇଥିଲା ବିଶ୍ବ ରେକର୍ଡ ତାଙ୍କ ନାଁରେ ହୋଇଥିଲା ଆଉ ଅଲିମ୍ପିକ୍ସ ଗୋଲ୍ଡ।

Leave a Reply

Your email address will not be published. Required fields are marked *