ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା ଓ ଯତ୍ନର ସହ ରୋଗୀ ସେବା କରୁଥିବା ସମର ନର୍ସିଂ ଟିମକୁ ସମ୍ମାନିତ କରିଛି ସିଆଇଆଇ ।

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ବାର୍ଥପର ଭାବେ ନର୍ସ ମାନେ ସେମାନଙ୍କର ଦାୟିତ୍ୱ ତୁଲାଇଆସୁଥିଲେ । ଏମିତିକି ଏହି ସମୟରେ କିଛି ନର୍ସ ସେମାନଙ୍କର ପ୍ରାଣବଳି ମଧ୍ୟ ଦେଇଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାରର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି ।ବିଶ୍ବସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍ବପ୍ନକୁ ସାକାର କରିବା ଦିଗରେ ସମ୍ ଅଲଟିମେଟ ମେଡିକେୟାର ପ୍ରତିଷ୍ଠା କରଯାଇଛି ବୋଲି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କର ଏକ ସ୍ବପ୍ନ ଥିଲା ବୋଲି ସମ୍ ଅଲଟିମେଟ୍ ମେଡିକେୟାରର ସିଇଓ ଡ଼ଃ ଶ୍ବେତପଦ୍ମା ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *