ମହିଳାଙ୍କ ବରଦାନ କେଶର, ଚିନ୍ତାରୁ ମୁକ୍ତି ମିଳିବା ସହ ମିଳେ ଏହି ଫାଇଦା

ଭୁବନେଶ୍ଵର, ୦୮/୦୯ : ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ କେଶର ମହିଳାମାନଙ୍କ ପାଇଁ ବେଶୀ ସ୍ୱାସ୍ଥ୍ୟପ୍ରଦ । କ୍ଷୀର ସହ କେଶର ମିଶାଇ ପିଇବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର ।

-ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ କ୍ଷୀର ।

-ସେହିପରି କେଶରଯୁକ୍ତ କ୍ଷୀର ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ । ଯଦି ଅଫିସର କୌଣସି ଚିନ୍ତା ଥାଏ, ତେବେ ଏହି ମିଶ୍ରଣ ପିଇବା ଦ୍ୱାରା ସୁଫଳ ମିଳିଥାଏ ।

-କେଶର ଶରୀରକୁ ଗରମ କରିଥାଏ । ଫଳରେ ଶୀତଦିନେ ଥଣ୍ଡା ଓ ଜ୍ୱରଠାରୁ ଦୂରେଇ ରଖିଥାଏ । ସେଥିପାଇଁ ଶୀତଦିନେ କେଶରଯୁକ୍ତ କ୍ଷୀର ନିୟମିତ ପିଇପାରିବେ ।

-୩୦ ବର୍ଷ ପରେ ମହିଳାଙ୍କଠାରେ ହାଡ଼ଜନିତ ସମସ୍ୟା ଆରମ୍ଭ ହୋଇଥାଏ । ତେଣୁ ୩୦ ବର୍ଷ ହେବା ପରେ ନିୟମିତ ରାତିରେ ଶୋଇବା ପୂର୍ବରୁ କେଶର- କ୍ଷୀର ପିଇବା ଦ୍ୱାରା ଗଣ୍ଠି ଦରଜ କମ୍‌ ରହିଥାଏ ।

-ସେହିପରି ଗର୍ଭାବସ୍ଥାରେ କେଶରଯୁକ୍ତ କ୍ଷୀର ପିଇବା ଦ୍ୱାରା ସେହି ସମୟରେ ହେଉଥିବା ପେଟର ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ । ତା’ ସହ ପାଚନ କ୍ରିୟା ଠିକ୍‌ ରହିବା ସହ ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

-ଦୁର୍ବଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

-ତ୍ୱଚାରେ ଚମକ୍‌ ଆଣିବା ସହ ହୃଦୟକୁ ସୁସ୍ଥ ରଖିଥାଏ ।

କପରି କରିବେ ପ୍ରସ୍ତୁତି :

-ଦୁଗ୍ଧକୁ ଭଲ ଭାବେ ଫୁଟାଇ ନିଅନ୍ତୁ । ଏବେ ସେହି ଫୁଟା ହୋଇଥିବା କ୍ଷୀରକୁ ଏକ ଗ୍ଲାସ୍‌ରେ ରଖି ସେଥିରେ ୭/୮ ପାଖୁଡା କେଶର ପକାନ୍ତୁ । ଯଦି ଆବଶ୍ୟକ ତେବେ ହାଲ୍‌କା ଚିନି ପକାଇପାରନ୍ତି ।

Leave a Reply

Your email address will not be published. Required fields are marked *