ଦେଶର ସର୍ବ କନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ନନ୍ଦିନୀ ଅଗ୍ରୱାଲ୍‌, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୦୮/୦୯ : ମଧ୍ୟପ୍ରଦେଶର ମୋରେନାର ଝିଅ ନନ୍ଦିନୀ ଅଗ୍ରୱାଲ୍‌ । ନିକଟରେ ଦେଶର ସର୍ବ କନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ବା ସିଏ ହେବାର ଗୌରବ ହାସଲ କରିଛନ୍ତି । ସେ ସିଏର ଶେଷ ପରୀକ୍ଷାରେ ଦେଶରେ ସର୍ବାଧିକ ସ୍କୋର ହାସଲ କରିଛନ୍ତି । ନନ୍ଦିନୀ ସବୁବେଳେ ଦ୍ରୁତ ବେଗରେ ଶ୍ରେଣୀ ଅତିକ୍ରମ କରିବାର ରେର୍କଡ ରହିଛି । ସେ ବର୍ଷକୁ ଦୁଇଟି ଶ୍ରେଣୀ ଅତିକ୍ରମ କରିବା ସହ ମାତ୍ର ୧୩ ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷା ସମାପ୍ତ କରିଥିଲେ । ସେହିପରି ୧୫ ବର୍ଷ ବୟସରେ ଦ୍ୱାଦଶ ଶେଷ କରିଥିଲେ । ଆଉ ୧୯ ବର୍ଷ ବୟସରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି । ନନ୍ଦିନୀଙ୍କ ନାମ ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

୨୦୨୧ରେ ନନ୍ଦିନୀ ସିଏ ପରୀକ୍ଷା ଫାଇନାଲ୍‌ରେ ସମୁଦାୟ ୮୦୦ରୁ ୬୧୪(୭୬.୭୫ପ୍ରତିଶତ) ସ୍କୋର୍‌ ହାସଲ କରିଥିଲେ । ୮୩,୦୦୦ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ହାସଲ କରିଛନ୍ତି । ନନ୍ଦିନୀ ଏକାଦଶ ଶ୍ରେଣୀରେ ପଢିବା ସମୟରେ ଜଣେ ଗିନିଜ୍‌ ୱାର୍ଲ୍ଡ ରେକର୍ଡଧାରୀ ତାଙ୍କ ସ୍କୁଲକୁ ପରିଭ୍ରମଣରେ ଆସିଥିଲେ । ତାଙ୍କୁ ଦେଖି ସେ ଏହି ସ୍ଥାନ ହାସଲ କରିବାର ସ୍ୱପ୍ନ ଦେଖିଥିଲେ । ସେବେଠାରୁ ଏହି ରେକର୍ଡ ହାସଲ କରିବାକୁ ସେ ଚ୍ୟାଲେଞ୍ଜ ଭାବେ ନେଇଥିଲେ । ସେ ଚାହିଦାରେ ରହିଥିବା ଚାର୍ଟାର୍ଡ ଆକାଉଣ୍ଟାନ୍ସିକୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ, ଯାହା ତାଙ୍କ ପାଇଁ ଆଦୌ ସହଜ ନ ଥିଲା । ସେ ମାତ୍ର ୧୬ ବର୍ଷ ବୟସରେ ଛୋଟ ଚାର୍ଟାର୍ଡ ଫାର୍ମଟିଏ ମଧ୍ୟ କରିଛନ୍ତି । ନନ୍ଦିନୀଙ୍କ ପିତା ନରେଶ ଚନ୍ଦ୍ର ଗୁପ୍ତା ଜଣେ ଟ୍ୟାକ୍ସ ପ୍ରାକ୍ଟିସ୍‌ନର୍‌ ହୋଇଥିବା ବେଲେ ମା’ ଡିମ୍ପଲ୍‌ ଗୁପ୍ତା ଜଣେ ଗୃହିଣୀ ।

Leave a Reply

Your email address will not be published. Required fields are marked *