ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ପରେ ବିଦେଶରୁ ଚାକିରୀ ଛାଡ଼ିଲେ ଝିଅ, ଚଳାଉଛନ୍ତି ବାପାଙ୍କ ସ୍କୁଲ

ଭୁବନେଶ୍ଵର, ୦୫/୦୯ : ୨୦୦୦ ମସିହାରେ ନିଜ ପ୍ରଚେଷ୍ଟାରେ ଶତାଧିକ ଅଭାବୀ ନିରକ୍ଷର ପିଲାଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ କଟକର ପଦ୍ମଶ୍ରୀ ଡି ପ୍ରକାଶ ରାଓ। ତାଙ୍କ ମାଧ୍ୟମରେ ବହୁ ଗରିବ ପରିବାରରେ ଶିକ୍ଷାର ଆଲୋକ ପ୍ରଜ୍ଜ୍ଵଳନ ହୋଇଥିଲା। ସମାଜରେ ତାଙ୍କ ଏଭଳି ପ୍ରମୁଖ ଯୋଗ ଦାନ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ପ୍ରକାଶ ରାଓ ନିଜେ ୧୦ମ ପାସ୍ କରିନଥିଲେ ମଧ୍ୟ ସେ ଶିକ୍ଷାର ଗୁରୁତ୍ଵକୁ ବୁଝି ପାରିଥିଲେ। ସେ ତାଙ୍କ ଘରେ ଗୋଟିଏ ବଖରାରେ ସ୍କୁଲ ଆରମ୍ଭ କରିଥିଲେ। ନିଜ ଖର୍ଚ୍ଚରେ ପିଲାମାନଙ୍କୁ ଚା ବିସ୍କୁଟ ଦେଉଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢିବାକୁ ଲାଗିଲା। ଏହା ପରେ ତାଙ୍କର ସଂସ୍ଥା ଆଶା ଓ ବିଶ୍ଵାସ ଗଢି ଉଠିଲା। ଏହା ବହୁ ଗରିବ ପରିବାରର ପିଲାମାନଙ୍କ ପାଇଁ ଦ୍ଵିତୀୟ ଘର ଥିଲା।

ତେବେ ୨୦୨୧ରେ ଡି ପ୍ରକାଶ ରାଓଙ୍କ ପରଲୋକ ପରେ ଏହି ସ୍କୁଲ ବନ୍ଦ ହୋଇଯିବ ବୋଲି ସମସ୍ତେ ଭାବୁଥିଲେ। ହେଲେ ତାଙ୍କର ସାନ ଝିଅ ଭାନୁପ୍ରିୟା ବିଦେଶରୁ ଚାକିରୀ ଛାଡ଼ି ବାପାଙ୍କ ଦାୟିତ୍ଵ ନିଜ କାନ୍ଧକୁ ନେଇଥିଲେ। ଅଧିକରୁ ଅଧିକ ପିଲାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଭାନୁପ୍ରିୟାଙ୍କ ଏହି ଯାତ୍ରା ସହଜ ନୁହେଁ। ପିଲାମାନଙ୍କ ଭବିଷ୍ୟତ ଯେପରି ଅନ୍ଧକାରକୁ ନଯିବ ସେଥିପାଇଁ ଆପଣ ସହଯୋଗ କରିପାରିବେ। ଏଥିପାଇଁ ଆପଣ ତାଙ୍କ ୱେବସାଇଟ୍‌ରେ https://ashaoashwasana.1ngo.in/ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *