କେବିସି ଷ୍ଟାଇଲ୍‌ରେ ପାଠ ପଢାଉଛନ୍ତି ଏହି ସାର୍, ଖେଳ ଖେଳରେ ପିଲାଙ୍କୁ ଶିଖାନ୍ତି ଗଣିତ-ବିଜ୍ଞାନ

ଭୁବନେଶ୍ଵର, ୦୫/୦୯ : ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି ଗୁରୁ । ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଆଜି ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅମିତାଭ ବଚ୍ଚନଙ୍କ କେବିସି ଷ୍ଟାଇଲ୍‌ରେ ପଢାନ୍ତି ପାଠ।

ଓଡ଼ିଶାର ବରଗଡ଼ ଜିଲ୍ଲାର ପୁଜହରିପାଲି ଗ୍ରାମର ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଅମିତାଭ ବଚ୍ଚନଙ୍କ ଷ୍ଟାଇଲରେ ପିଲାଙ୍କ ସହ କେବିସି ଖେଳନ୍ତି। ଏହା ଦ୍ଵାରା ପିଲାମାନଙ୍କ ସାଧାରଣ ଜ୍ଞାନ ବୃଦ୍ଧି ହୁଏ। ପିଲାମାନେ ଯେପରି ପାଠକୁ ବୋଝ ମନେ ନକରି ସ୍ଵଇଚ୍ଛାରେ ଅଧିକ ଜାଣିବାକୁ ଚେଷ୍ଟା କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତି। ଏଥିପାଇଁ ସେ ପିଲାମାନଙ୍କୁ ନୂଆ ନୂଆ ଉପାୟରେ ପାଠ ପଢାନ୍ତି।

ସୁବାଷ ପ୍ରତି ଶନିବାର ଫ୍ରି ପିରିୟଡରେ ପିଲାମାନଙ୍କ ପାଇଁ ୨୦ଟି ପ୍ରଶ୍ନ ପ୍ରସ୍ତୁତ କରନ୍ତି। ଯେଉଁ ଛାତ୍ର କିମ୍ବା ଛାତ୍ରୀ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ତାଙ୍କୁ ସେ ଏକ ଶହ ଟଙ୍କା ପୁରସ୍କାର ଦିଅନ୍ତି। ସେହିପରି ୩ଟି ପ୍ରଶ୍ନର ଉତ୍ତର ଦେଇଥିବା ପିଲାକୁ ସେ ୧୫ ଟଙ୍କା ପୁରସ୍କାର ଦିଅନ୍ତି। ଗତ ଏକ ବର୍ଷ ହେଲା ସୁବାଷଙ୍କ ଏଭଳି ପ୍ରୟାସରେ ପିଲାମାନଙ୍କ ସେଲ୍ଫ ଷ୍ଟଡି ପାଇଁ ରୁଚି ବଢିଛି।

କେବଳ ସାଧାରଣ ଜ୍ଞାନ ନୁହେଁ ପିଲାମାନଙ୍କୁ କଷ୍ଟ ଲାଗୁଥିବା ବିଷୟ ଗଣିତ ଏବଂ ବିଜ୍ଞାନ ବୁଝାଇବାକୁ ମଧ୍ୟ ସେ ବିଭିନ୍ନ ଉପାୟ ଆପଣାନ୍ତି। ସେ ସ୍କୁଲ ପ୍ରାଙ୍ଗଣ ହେଉ କିମ୍ବା ତାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଫନ୍ ଆଣ୍ଡ ଲର୍ଣ୍ଣ୍ ପାର୍କ। ସେ ଚିତ୍ର ମାଧ୍ୟମରେ ବିଜ୍ଞାନ ବୁଝାନ୍ତି। ଦେଶରେ ଯଦି ସବୁ ଶିକ୍ଷକ ସୁବାଷଙ୍କ ଭଳି ହୁଅନ୍ତେ ତେବେ ଆମ ଦେଶର ଭବିଷ୍ୟ ଉଜ୍ଜ୍ଵଳ ହୋଇପାରନ୍ତା।

Leave a Reply

Your email address will not be published. Required fields are marked *