ଚର୍ଚ୍ଚାରେ ବିହାରର ଲେଡି କନଷ୍ଟେବଳ ବବଲି, କନଷ୍ଟେବଳରୁ ହେବେ ସିଧା ଡିଏସପି

ନୂଆଦିଲ୍ଲୀ, 27/08 : ଚର୍ଚ୍ଚାରେ ବିହାରର ଲେଡି କନଷ୍ଟେବଳ ବବଲି। କନଷ୍ଟେବଳରୁ ହେବେ ସିଧା ଡିଏସପି। ବବଲି କନଷ୍ଟେବଳ ଚାକିରୀ କରିବା ସହ ବିପିଏସସିର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ତୃତୀୟ ଚେଷ୍ଟାରେ ସେ ସଫଳତା ହାସଲ କରିଛନ୍ତି।

ସୂଚନାନୁଯାୟୀ, ବବଲିଙ୍କର ଏକ 7 ମାସର ଝିଅ ଅଛି। ଝିଅର ଦେଖାଶୁଣା କରିବା ସହ ଚାକିରୀ ଏବଂ ବିପିଏସସି ପାଇଁ ନିଜକୁ ପ୍ରସ୍ତୁତ କରିବା ସହଜ ନଥିଲା। ତଥାପି ମଧ୍ୟ ସେ ହାର୍ ମାନିନଥିଲେ। ତାଙ୍କର ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଆଜି ଏହି ଶୀର୍ଷରେ ପହଞ୍ଚିପାରିଛନ୍ତି।

ବବଲି ଗ୍ରାଜୁଏସନ ସରିବା ପରେ 2015ରେ କନଷ୍ଟେବଳ ଚାକିରୀରେ ନିୟୋଜିତ ହୋଇଥିଲେ। ବେଗୁସରାଇ ଜିଲ୍ଲାରେ ତାଙ୍କୁ ନିଯୁକ୍ତି ମିଳିଥିଲା। ହେଲେ ସେ ପାଠ ପଢା ଛାଡିନଥିଲେ। ବିପିଏସସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଲଗାତର ଦୁଇ ଥର ବିଫଳ ହେବା ପରେ ତୃତୀୟ ଥରରେ ସେ ସଫଳତା ହାସଲ କରିଛନ୍ତି। ଏବେ ସେ ଡିଏସପି ହେବାକୁ ଯାଉଛନ୍ତି। ବବଲିଙ୍କ ସଫଳତା ପରେ ବେଗୁସରାଇର ଏସପି ଯୋଗେନ୍ଦ୍ର କୁମାର ତାଙ୍କୁ ସମ୍ମାନିତ କରିଛନ୍ତି। ବବଲିଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *