ଭୁବନେଶ୍ବର, ୨୮/୦୮ : ମାଇଗ୍ରେନ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଦ୍ବାରା ବାନ୍ତି ହେବାର ଲକ୍ଷଣ ଅତି ସାଧାରଣ। ରିପୋର୍ଟ ଅନୁଯାୟୀ, ମାଇଗ୍ରେନର ଯନ୍ତ୍ରଣା ୪ ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହିପାରେ । ତଥାପି, ଔଷଧ ଏବଂ କିଛି ଖାଦ୍ୟ ସହିତ ଲକ୍ଷଣଗୁଡ଼ିକରେ ସୁଧାର ହୋଇପାରେ । ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭାବସର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ୩ଟି ଖାଦ୍ୟ ସାମଗ୍ରୀ ବିଷୟରେ କହିଛନ୍ତି। ଯାହା ମାଇଗ୍ରେନ୍ ଲକ୍ଷଣରୁ ମୁକ୍ତି ଦେବାରେ ସହାୟକ ହେବ। ତେବେ ଜାଣନ୍ତୁ ସେହି ଜିନିଷଗୁଡ଼ିକ କ’ଣ-
ଭିଜାଯାଇଥିବା କିସମିସ୍- ବିଶେଷଜ୍ଞଙ୍କ ଅନୁଯାୟୀ, ମାଇଗ୍ରେନରୁ ମୁକ୍ତି ପାଇବା ପାଇଁ ଆପଣ ସକାଳେ ପ୍ରଥମେ ହର୍ବାଲ ଚା ପିଇବେ ଏବଂ ତା’ପରେ ଭିଜାଯାଇଥିବା ୧୦ ରୁ ୧୫ କିସମିସ୍ ଖାଇବେ। ଏହା ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଯଦି ୧୨ ସପ୍ତାହ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏହାକୁ ଖାଇବେ, ତେବେ ଶରୀରରେ ଅଧିକ ପିତକୁ ହ୍ରାସ କରିବା ସହିତ ମାଇଗ୍ରେନ୍ ସହ ଜଡିତ ସମସ୍ତ ଲକ୍ଷଣ ଏସିଡିଟି, ବାନ୍ତି, ପେଟ ଜଳିବା, ଏକପାଖିଆ ମୁଣ୍ଡବିନ୍ଧାରୁ ମୁକ୍ତି ଦେବ।
ଜିରା ଏବଂ ଅଳେଇଚ ଚା’- ଆପଣ ଏହାକୁମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ପିଇପାରିବେ। ଯେତେବେଳେ ମାଇଗ୍ରେନ୍ ଲକ୍ଷଣ ତୀବ୍ର ହେବ, ସେତେବେଳେ ଆପଣ ଏହାକୁ ପିଇ ପାରିବେ। ଏହାକୁ ତିଆରି କରିବା ଅତି ସହଜ। ଏଥିପାଇଁ ଅଧା ଗ୍ଲାସ୍ ପାଣି ନିଅନ୍ତୁ, ୧ ଚାମଚ ଜିରା ଏବଂ ୧ ଅଳେଇଚ ମିଶାଇ ଏହାକୁ ୩ ମିନିଟ୍ ପାଇଁ ଫୁଟାନ୍ତୁ, ତା’ପରେ ଏହାକୁ ଫିଲ୍ଟର୍ କରି ପିଅନ୍ତୁ ।
ଗାଈ ଘିଅ- ଶରୀର ଏବଂ ମସ୍ତିସ୍କରେ ଥିବା ଅତିରିକ୍ତ ପିତକୁ ସନ୍ତୁଳିତ କରିବା ପାଇଁ ଗାଈର ଘିଅ ଭଲ। ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ। ଯେପରି ରୁଟି, ଚାଉଳ କିମ୍ବା ପନିପରିବାରେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଆପଣ ଶୋଇବା ସମୟରେ କ୍ଷୀର ସହିତ କିମ୍ବା ଏହାର ୨ବୁନ୍ଦା ନାକରେ ପକାଇ ପାରିବେ।